ଓଡ଼ିଶାଲାଇଭ ବ୍ୟୁରୋ

ଦିନଥିଲା ଓଡ଼ିଶାକୁ ମହାବଳ ବାଘର ଘର କୁହାଯାଉଥିଲା। ମାତ୍ର ତାହା ପ୍ରମାଣ କରିବାକୁ ଆଉ ଓଡ଼ିଶା ପାଖରେ ସେତିକି ବାଘ ସଂଖ୍ୟା ନାହିଁ। ଓଡ଼ିଶାରୁ ଦିନକୁ ଦିନ କମିବାରେ ଲାଗିଛି ବାଘ ସଂଖ୍ୟା। ସୋମବାର ପ୍ରକାଶିତ ବାଘ ଗଣନା ରିପୋର୍ଟରେ ଓଡିଶାରେ ବାଘ ସଂଖ୍ୟା କମି ୨୭ରେ ପହଞ୍ଚିଛି। ବର୍ତ୍ତମାନ ଏହି ରିପୋର୍ଟ ଦେଖି ଓଡ଼ିଶା ସରକାର ଚିନ୍ତାରେ ପଡ଼ିଛନ୍ତି।

୨୦୦୬ରେ ଦେଶରେ ପ୍ରୋଜେକ୍ଟ ଟାଇଗରର ପୁନର୍ଗଠନ ପରେ ସେବେଠୁ ପ୍ରତି ୪ବର୍ଷରେ ଥରେ ବାଘ ଗଣନା ହେଉଛି। ୨୦୦୬ରେ ହୋଇଥିବା ବାଘ ଗଣନାରେ ଓଡ଼ିଶାରେ ୪୫ଟି ବାଘ ରହିଥିଲେ। ୨୦୧୦ରେ ଏହା କମି ୩୨ରେ ପହଞ୍ଚିଥିଲା। ୨୦୧୪ରେ ପୁଣି କମି ୨୮ ହୋଇଥିଲା। ତେବେ ବର୍ତ୍ତମାନ ୨୦୧୮ ବାଘଗଣନାରେ ମଧ୍ୟ ଏଥିରେ ଅଳ୍ପ ପରିବର୍ତ୍ତନ ଘଟି ୨୮ରୁ ୨୭ ହୋଇଛି।

ରାଜ୍ୟର ବାଘ ଅଭୟାରଣ୍ୟର ସ୍ଥିତି ବହୁତ ଖରାପ ରହିଛି। ସାତକୋଶିଆ ଅଭୟାରଣ୍ୟରେ ବାଘ ସଂଖ୍ୟା ହ୍ରାସ ପାଇଛି। ୨୦୦୪ରେ ଏଠାରେ ଗାଭ ସଂଖ୍ୟା ୧୧ ଥିବା ବେଳେଏହି ସଂଖ୍ୟା ୨୦୧୭ରେ ୨କୁ ଖସିଯାଇଥିଲା।

ବାଘ ସଂଖ୍ୟା କମିବା ଏଥର ନୂଆ ନୁହେଁ ଗତ ୧୫ ବର୍ଷ ହୋଇଯିବ ବାଘ ସଂଖ୍ୟା କମିବାରେ ଲାଗିଛି। ଏସଟିଆର(ସିମିଳିପାଳ, କରଞ୍ଜିଆ, ବାରିପଦା, ରାୟରଙ୍ଗପୁର, ଭଦ୍ରକ ଏବଂ ବାଲେଶ୍ଵର) ସର୍କଲରେ ସର୍ବାଦିକ ବାଘ ରହିଥିବା ଅନୁମାନ କରାଯାଉଛି। ଏହାବ୍ୟତୀତ ଭବାନୀପାଟଣା ସର୍କଲରେ ୫ଟି, ଅନୁଗୁଳ ସର୍କଲରେ ୨ଟି ରାଉରକେଲା ସର୍କଲରେ ୪ଟି ବାଘଥିବା ବେଳେ କୋରାପୁଟ, ସମ୍ଵଲପୁର, ବ୍ରହ୍ମପୁର, ଭୁବନେଶ୍ଵରରେ ବାଘ ନଥିବା ସୂଚନା ମିଳିଛି।

ତେବେ ବର୍ତ୍ତମାନ ଏହି ରିପୋର୍ଟ ଦେଖିଲେ ଲାଗୁଛି ଆଗାମୀ ୮ ବର୍ଷରେ ବାଘ ସଂଖ୍ୟା ବହୁତ କମିଯିବ। ଯାହାକି ରାଜ୍ୟ ପାଇଁ ଏକ ଦଃଖ ଖବର।

Comment