ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷା ଦିନେ ମଶାମାଛି ଓ ଜୀବାଣୁ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କିଛି ଦିଗ ପ୍ରତି ସାବଧାନ ରହିବା ଆବଶ୍ୟକ ହୋଇଥାଏ।
୧. ହାତ ଧୋଇବାକୁ ଭୁଲନ୍ତୁ ନାହିଁ।
୨. ରାସ୍ତା କଡ଼ରେ ମିଳୁଥିବା ଖାଦ୍ୟ ଖାଆନ୍ତୁ ନାହିଁ।

୩. ଚମଡ଼ା ଜୋତା ପରିବର୍ତ୍ତେ ରବର ସ୍ଲିପର ବା ରେନି ବୁଟ୍ ପିନ୍ଧନ୍ତୁ।
୪. ଘରେ ମଶାଧୂପ ଲଗାନ୍ତୁ, ମଶାରୀ ଟାଣନ୍ତୁ ଏବଂ ବହାରକୁ ଗଲା ବେଳେ ମଶା ଦୂରକାରୀ କ୍ରିମ୍ ଲଗାନ୍ତୁ, ଏହି କ୍ରିମ୍ ନଥିଲେ ନଡ଼ିଆ ତେଲ ଲଗାଇ ଯାଆନ୍ତୁ। ସାରା ଶରୀରକୁ ଢ଼ାଙ୍କି ରଖୁଥିବା ପୋଷାକ ପିନ୍ଧନ୍ତୁ।

୫. ତାଜା, ଉଷୁମ ତଥା ପୁଷ୍ଟିକର ଖାଦ୍ୟ ଖାଆନ୍ତୁ।
୬. ଆଖି, ନାକ, କାନ କୁଣ୍ଡାନ୍ତୁ ନାହିଁ।

















