ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନର ପ୍ଲେ-ଷ୍ଟୋର୍‌ରେ ଗୁଗଲ ପକ୍ଷରୁ ପ୍ଲେ-ପ୍ରେଟେକ୍ଟ ଥିବା ସତ୍ତ୍ୱେ ଏମିତି ଅନେକ ଆପ୍‌ ରହିଯାଉଛି ଯାହା ଆପଣଙ୍କ କାର୍ଯ୍ୟକଳାପକୁ ଗୁପ୍ତ ଭାବେ ଲିକ୍‌ କରିଥାଏ। କମ୍ପାନି ପକ୍ଷରୁ ଏହାକୁ ବାଛି ପ୍ଲେ-ଷ୍ଟୋରରୁ ହଟାଇ ଦିଆଯାଉଥିଲେ ମଧ୍ୟ ପବ୍ଲିସର୍ସ ଏଭଳି ଅନେକ ଆପ୍‌ ଛାଡୁଛନ୍ତି। ଏହି ପରିପ୍ରେକ୍ଷୀରେ ଆପଣଙ୍କୁ ସଚେତନା ରହିବା ଆବଶ୍ୟକ।

ଗୁଗଲ ପ୍ଲେ-ଷ୍ଟୋର ବ୍ୟତୀତ ଅନେକ ୱେବସାଇଟ୍‌ ମଧ୍ୟ ରହିଛି ଯେଉଁଠୁ ଆପଣ ଆପ୍‌ ଡାଉନ୍‌ଲୋଡ୍‌ କରିପାରିବେ। ଏହାର ଫାଇଦା ଉଠାଇ ବିଭିନ୍ନ ପବ୍ଲିସରମାନେ ୟୁଜରଙ୍କ ହ୍ୱାଟ୍ସଆପକୁ ଏବଂ ଅନ୍ୟ ଚାଟିଂ ଆପ୍‌କୁ ଟାର୍ଗେଟ୍‌ କରିଥାନ୍ତି। ଯାହା ଫଳରେ ଆପଣ ତଥ୍ୟ ଚୋରୀ ତଥା ହ୍ୟାକିଂ ଭଳି ସମସ୍ୟାରେ ପଡ଼ିପାରନ୍ତି। ତେଣୁ ଯଦି ଆପଣ ହ୍ୱାଟ୍ସଆପ ବ୍ୟବହାର କରୁଛନ୍ତି ତେବେ ଭୁଲ୍‌ରେ ନିମ୍ନ ଲିଖିତ ଆପ୍‌ ଡାଉନଲୋଡ କରନ୍ତୁ ନାହିଁ।

ପ୍ଲେ-ଷ୍ଟୋର ତଥା ଅନ୍ୟ ୱେବସାଇଟ୍‌ରେ ହ୍ୱାଟ୍ସଆପର ସପୋର୍ଟିଂ ଅପ୍‌ କହି ପବ୍ଲିସର୍ସ ବିଭିନ୍ନ ଆପ୍‌ ଅପଲୋଡ କରିଥାନ୍ତି। ଏହି ଥାର୍ଡ ପାର୍ଟି ପବ୍ଲିସରଙ୍କ ଦ୍ୱାରା ନିର୍ମିତ ଆପ୍‌ ଆପଣଙ୍କ ହ୍ୱାଟ୍ସଆପ୍‌ରେ ବିଭିନ୍ନ ଏକ୍ସଟ୍ରା ଫିଚର ଦେବାକୁ ଦାବି କରିଥାନ୍ତି। ଯେମିତିକି ଗୋଟିଏ ନମ୍ବରରେ ଦୁଇଟି ହ୍ୱାଟ୍ସଆପ ଚଳାଇବା ଭଳି ଫିଚର। କିନ୍ତୁ ଅସଲରେ ଏହା କୌଣସି ଫିଚର ଦେଇନଥାଏ। ଏଭଳି ଆପ୍ ଆପଣଙ୍କ ମୋବାଇଲ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରନ୍ତି।

ପ୍ଲେ-ଷ୍ଟୋରରେ ହ୍ୱାଟ୍ସଆପ ସର୍ଚ୍ଚ କଲେ ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ଅଫିସିଆଲ ଆପ୍‌ ଆସିଥାଏ। ଅଫିସିଆଲ ଆପ୍‌କୁ ବାଦ୍‌ ଦେଲେ ଅନେକ ସପୋର୍ଟିଂ ଆପ୍‌ ଆପଣଙ୍କୁ ଦେଖିବାକୁ ମିଳିବ। ଏହାକୁ ଭୁଲ୍‌ରେ ଡାଉନଲୋଡ କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ।

Comment