ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷା ଦିନରେ ନିଜ ଜରୁରୀ ଜିନିଷଗୁଡ଼ିକ ବର୍ଷା ପାଣିରେ ଭିଜି ଯାଏା ଆମର ନିତ୍ୟବ୍ୟବହାର୍ଯ୍ୟ ମୋବାଇଲ ଫୋନ୍‌ ବର୍ଷାରେ ଓଦା ହୋଇଗଲେ ଫୋନ୍ ନଷ୍ଟ ହେବାର ଆଶଙ୍କା ରହିଥାଏ। କାରଣ ଫୋନ୍‌ରେ ପାଣି ପସିଲେ ଯୋଗାଯୋଗ ବିଛିନ୍ନ ହେବା ସହ ଆମ ଫୋନ୍‌ରେ ଥିବା ଜରୁରୀ ମେସେଜ୍ ଉଡ଼ିଯାଏ। ଯଦି ବର୍ଷାରେ ଆପଣଙ୍କ ଫୋନ୍ ଓଦା ହୋଇଯାଏ ତାହେଲେ ଜାଣନ୍ତୁ କ’ଣ କରିବେ…

  • ଯଦି କେତେବେଳେ ମୋବାଇଲ୍ ଫୋନ୍ ଓଦା ହୋଇଯାଏ, ଏହାକୁ ସଙ୍ଗେ ସଙ୍ଗେ ସ୍ୱିଚ୍ ଅଫ୍ କରି ଦିଅନ୍ତୁ। କାରଣ ପାଣି ଫୋନ୍ ଭିତରକୁ ଚାଲିଗଲେ, ସଟ୍ ସର୍କିଟ୍ ହେବାର ସମ୍ଭାବନା ଅଧିକ ଥାଏ।
  • ସ୍ଵିଚ୍ ଅଫ କରିବା ପରେ ବ୍ରାଟେରିକୁ ପଛପଟୁ କାଢ଼ି ଦିଅନ୍ତୁ।
  • ଫୋନ୍‌ର ସିମକାର୍ଡ, ମେମୋରି କାର୍ଡ, ଫୋନ୍‌ କଭର ଇତ୍ୟାଦିକୁ ଆଲଗା ରଖନ୍ତୁା ଏ ସବୁକୁ ଟିସ୍ୟୁ ପେପରରେ ସଫା କରିନେବା ଉଚିତ
  • ଫୋନ୍‌କୁ କେବେ ହେଲେ ଚିରା କାଗଜ କିମ୍ବା ଖବରକାଗଜରେ ସଫାକରିବେ ନାହିଁ।
  • ଆଜିକାଲି ବିଭିନ୍ନ ପ୍ରକାରର ମୋବାଇଲ ଫୋନ୍ ମାକେର୍ଟକୁ ଆସିଲାଣି। ଯେଉଁଥିରେ ବ୍ୟାଟେରି କାଢ଼ିବାର ସୁବିଧା ନଥାଏ। ଏସବୁ ମୋବାଇଲ୍‌ରେ ଫୋନ୍‌ର ପାଓ୍ୱାର ବଟନକୁ ବନ୍ଦ କରି ଦିଅନ୍ତୁ।
  • ଯଥାଶିଘ୍ର ଫୋନକୁ ଶୁଖାଇ ନେବା ଜରୁରୀ।
  • ଏହା ପରେ ଫୋନକୁ ନେଇ ଚାଉଳ ଡବା ମଧ୍ୟରେ ବନ୍ଦ କରି ୧୦ ରୁ ୧୫ ମିନିଟ୍ ରଖି ଦିଅନ୍ତୁ। ଫୋନଟି ଶୀଘ୍ର ଶୁଖି ଯିବା
  • ଫୋନର ସମସ୍ତ ଜିନିଷ ଶୁଖିବା ପରେ ମଧ୍ୟ ୨୪ ଘଣ୍ଟା ଅପେକ୍ଷା କରନ୍ତୁ।
  • ଘରେ ଡ୍ରାୟର ଥିଲେ, ହାଲୁକା ଭାବରେ ଫୋନ୍ ନିକଟରେ ଚଳାନ୍ତୁ। ଯେପରି ପାଣି ଧୀରେଧୀରେ ଶୁଖିଯିବ।
  • ଫୋନ୍ ସମ୍ପୂର୍ଣ୍ଣ ଓଦା ଥିଲେ, ଡ୍ରାଏର ସାହାଯ୍ୟରେ ଶୁଖାଇଲେ ଫୋନ୍ ଅକାମୀ ହୋଇ ଯିବାର ସମ୍ଭାବନା ଥାଏ। ସେଥିପାଇଁ ଭଲଭାବରେ ଶୁଖିବା ପରେ ଡ୍ରାଏର ପବନ ଏହା ନିକଟରେ ଚଳାଇବା ଦରକାରା
  • ଫୋନ୍ ଶୁଖିବାର ୨୪ ଘଣ୍ଟା ପରେ ବ୍ୟବହାର କରନ୍ତୁା କିଛି ଅସୁବିଧା ହେଲେ ଦୋକାନରେ ଦେଖାଇନେବା ଭଲା

Comment