ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାହକଙ୍କୁ ଝଟକା। ବିଭିନ୍ନ ଅବଧିରେ ଥିବା ଫିକ୍ସ ଡିପୋଜିଟ୍ ଅର୍ଥାତ୍ ଜମା ରାଶି ଉପରେ ଏସ୍ବିଆଇ ସୁଧ ହାର କମାଇ ଦେଇଛି। ଆସନ୍ତା ଅଗଷ୍ଟ ପହିଲାରୁ ଏହି ନିୟମ ଲାଗୁ ହେବ ବୋଲି ସୋମବାର ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଏସ୍ବିଆଇ ୧୭୯ ଦିନ ପର୍ଯ୍ୟନ୍ତ ଅବଧି ଥିବା ଡିପୋଜିଟ୍ ଉପରେ ୦.୫୦ରୁ ୦.୭୫ ପ୍ରତିଶତ କମାଇ ଦେଇଛି। ଏହା ୨ କୋଟିରୁ କମ୍ ଡିପୋଜିଟ୍ ଉପରେ ଲାଗୁ ହେବ। ସେହିପରି ଲଙ୍ଗ ଟର୍ମ ଏଫ୍ଡି ଅର୍ଥାତ୍ ୨ କୋଟିରୁ ୧୦ କୋଟି ପର୍ଯ୍ୟନ୍ତ ଡିପୋଜିଟ୍ର ରିଟେଲ୍ ସେଗମେଣ୍ଟରେ ୦.୨୦ ପ୍ରତିଶତ ଏବଂ ବଲ୍କ ସେଗମେଣ୍ଟ ଉପରେ ୦.୩୫ ପ୍ରତିଶତ ସୁଧହାର କମାଇ ଦିଆଯାଇଛି।
ବର୍ତ୍ତମାନ ସମୟରେ ଲିକ୍ୟୁଡିଟି ସରପ୍ଲସ୍ ଏବଂ ସୁଧହାରରେ ହ୍ରାସ ଘଟୁଥିବାରୁ ଏସ୍ବିଆଇ ବିଭିନ୍ନ ମେଚ୍ୟୁରିଟି ଡିପୋଜିଟ୍ ଉପରେ ଦିଆଯାଉଥିବା ସୁଧହାରରେ କମ୍ କରିଛି। ଏନେଇ ସୋମବାର ଏସ୍ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଅଗଷ୍ଟ ୧ରୁ ଏହି ନିୟମ ସାରା ଦେଶରେ ଲାଗୁ ହେବ।