ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସଂସଦ ପରିସରରେ ସ୍ଥାପନା କରିବାକୁ ଦାବି କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ଲୋକସଭାର ଶୂନ୍ୟ କାଳରେ ଏହି ଦାବି କରିଥିଲେ ପୂଜାରୀ।

ଚଳିତ ବର୍ଷ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ କରିବାକୁ ଯାଉଛି ଭାରତ। ଏହି ଅବସରରେ ଅନ୍ୟ ମହାପୁରୁଷଙ୍କ ତଥ୍ୟ ସରକାର ସଂଗ୍ରହ କରି ଏକାଠି କରିବାକୁ ଶ୍ରୀ ପୂଜାରୀ ଲୋକସଭାରେ କହିଥିଲେ।

‘‘ବ୍ରିଟିଶ ସରକାରଙ୍କ ବିରୋଧରେ ଲଢ଼େଇ କରି ବୀର ସୁରେନ୍ଦ୍ର ସାଏ ଜେଲ୍‌ ଯାଇଥିଲେ। ୩୭ ବର୍ଷ କାଳ ସେ ଜେଲରେ ରହିଥିଲେ। ଦେଶ ପାଇଁ ବଳିଦାନ ଦେଇଥିବା ଏହି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଯଦି ସଂସଦ ପରିସରରେ ସରକାର ସ୍ଥାପନା କରି ପାରନ୍ତେ ତାହାଲେ ତାଙ୍କ ପାଇଁ ଏହା ଶ୍ରଦ୍ଧାଞ୍ଜଳି ହୋଇପାରନ୍ତା’’, କହିଛନ୍ତି ସୁରେଶ ପୂଜାରୀ।

Comment