ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲା ଆଞ୍ଚଳିକ ଦୁଗ୍ଧ ସଂଘର ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ସ୍ଥାୟୀ ନିଯୁକ୍ତି ଦାବିରେ ମଙ୍ଗଳବାର ଜୟପୁର ଦୁଗ୍ଧ ସଂଘ କାର୍ଯ୍ୟାଳୟଠାରେ ୧୨ ଜଣ ଚୁକ୍ତିଭିତ୍ତିକ କର୍ମଚାରୀ ଧାରଣାରେ ବସିଥିଲେ।

କର୍ମଚାରୀମାନେ ଆଞ୍ଚଳିକ ଦୁଗ୍ଧ ୟୁନିୟନରେ ଗତ ୧୨ ରୁ ୧୩ ବର୍ଷ ହେବ କାର୍ଯ୍ୟକରି ଆସୁଛନ୍ତି। ୟୁନିୟନ ପ୍ରଶାସନ ଏମାନଙ୍କୁ ସ୍ଥାୟୀ କରିବାକୁ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବର୍ତ୍ତମାନ କିଛି ପଦକ୍ଷେପ ନେଇନାହାଁନ୍ତି। ଅନ୍ୟପକ୍ଷରେ ୟୁନିୟନ ପରିଚାଳନା ପରିଷଦ ଏଦିଗରେ ନିଷ୍ପତି ନେଇଥିଲେ ମଧ୍ୟ ତାହା କାଯ୍ୟକାରି ହୋଇପାରୁ ନାହିଁ। ଶେଷରେ ନିରାଶ ହୋଇ କର୍ମଚାରି ମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣାରେ ବସିଥିବା କର୍ମଚାରୀମାନେ କହିଛନ୍ତି।

ଦୀର୍ଘ ୩ରୁ ୪ ବର୍ଷ ହେବ ଓମଫେଡ ଦୁଗ୍ଧ ଦର ବୃଦ୍ଧି ହୋଇନଥିବା ବେଳେ ଦୁଗ୍ଧଜାତ ଦ୍ରବ୍ୟର ମୁଲ୍ୟ ୨ରୁ ୩ ଗୁଣ ବଢି ସାରିଲାଣି। ତେବେ ଓମଫେଡକୁ ମଧ୍ୟ ଦୁଗ୍ଧ ସଂଘର ଉନ୍ନତି ପାଇଁ ପଦକ୍ଷେପ ନେବା ଆବଶ୍ୟକ। ଅନ୍ୟପକ୍ଷରେ ଅବିଭକ୍ତ କୋରାପୁଟ ଜିଲାରେ ଏକ ମାତ୍ର ଦୁଗ୍ଧ ସଂଘ ଥିଲେ ମଧ୍ୟ ଏହାର ଉନ୍ନତି ପାଇଁ ଓମଫେଡ ନିରବଦ୍ରଷ୍ଟା ସାଜିଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି।

Comment