ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିଆଇଆଇ-ଓଡ଼ିଶା ପକ୍ଷରୁ ଆୟୋଜିତ ହ୍ୟୁମାନ୍ କ୍ୟାପିଟାଲ୍ କନକ୍ଲେଭ୍ ଅବସରରେ ମଙ୍ଗଳବାର ନାଲ୍‌କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦଙ୍କ ଦ୍ୱାରା ସ୍ୱତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଡକ୍ଟର ଚାନ୍ଦ କହିଥିଲେ ଯେ, “ବାତ୍ୟା ଫନି ପରେ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଅନେକ ଗଛ ନଷ୍ଟ ହୋଇଯାଇଛି। ଏହି ସବୁ ସ୍ଥାନରେ ବ୍ୟାପକ ବୃକ୍ଷରୋପଣ ଓ ସବୁଜିମା ସୃଷ୍ଟିର ଆବଶ୍ୟକତା ରହିଛି।” ସୂଚନାଯୋଗ୍ୟ, ନାଲ୍‌କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ବାତ୍ୟା ଫନି ବିପର୍ଯ୍ୟୟ ପ୍ରଶମନ ପାଇଁ ଗଠିତ ସ୍ୱତନ୍ତ୍ର ଟାସ୍କ୍ ଫୋର୍ସର ଅଧ୍ୟକ୍ଷ ଅଛନ୍ତି।

ଅନ୍ୟପକ୍ଷରେ ଆଗାମୀ ଦିନରେ ରାଜ୍ୟରେ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ସିଆଇଆଇ ପ୍ରତିଶ୍ରୁତି ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମରେ ସିଆଇଆଇ-ଓଡ଼ିଶାର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର, ନାଲ୍‌କୋ ନିର୍ଦ୍ଦେଶକ(ମାନବସମ୍ବଳ) ବି.କେ. ଠାକୁର, ଏମ୍ଓଆଇଏଲ ନିର୍ଦ୍ଦେଶକ(ମାନବସମ୍ବଳ) ଉଷା ସିଂ, ବିଭିନ୍ନ ଅନୁଷ୍ଠାନର ମାନବସମ୍ବଳ ଅଧିକାରୀ ଏବଂ ସିଆଇଆଇ-ଓଡ଼ିଶା ରାଜ୍ୟ ପରିଷଦର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।

Comment