ଓଡ଼ିଶାଲାଇଭ୍‌ ବ୍ୟୁରୋ

୭ ବର୍ଷର ପିଲା ପାଟିରୁ ବାହାରିଲା ୫୨୬ଟି ଦାନ୍ତ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟି ସତ। ଏହି ଘଟଣା ଘଟିଛି ତାମିଲନାଡୁର ରାଜଧାନୀ ଚେନ୍ନାଇର ଏକ ୭ ବର୍ଷର ପିଲା ରବିନ୍ଦ୍ରନାଥ କ୍ଷେତ୍ରରେ। ରବିନ୍ଦ୍ରନାଥର ମାଢ଼ି ଫୁଲି ଯିବାରୁ ପରିବାର ଲୋକେ ପିଲାଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଡାକ୍ତର ଅପରେସନ କରି ତା’ ପାଟିରୁ ୫୨୬ଟି ଦାନ୍ତ ବାହାର କରିଛନ୍ତି।

ଏନେଇ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ପିଲାଟିର ତଳ ମାଢ଼ିରେ ଅପରେସନ କରାଯାଇ ପ୍ରଥମେ ଏକ ଟ୍ୟୁମର ବାହାର କରାଯାଇଥିଲା। ଟ୍ୟୁମର ବାହାରିବା ପରେ ମାଢ଼ିରେ ଏତେ ପରିମାଣର ଦାନ୍ତଥିବା ଡାକ୍ତର ଜାଣି ପାରିଲେ। ଏହା ପରେ ଦୀର୍ଘ ୫ ଘଣ୍ଟାର ଅପରେସନ କରି ପିଲାଟିର ପାଟିରୁ ୫୨୬ଟି ଦାନ୍ତ ବାହାର କରାଯାଇଥିଲା। ବର୍ତ୍ତମାନ ପିଲାଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି।

ସୂଚନାଯୋଗ୍ୟ, ତିନି ବର୍ଷ ବୟସରେ ରବିନ୍ଦ୍ରନାଥର ଦାନ୍ତ ତଳମାଢ଼ି ଫୁଲିବାରେ ଲାଗିଥିଲା। ତେବେ ବୟସ ବଢ଼ିବା ସହିତ ମାଢ଼ି ଅଧିକ ଫୁଲିଯିବାରୁ ଚିନ୍ତା ପଡ଼ିଥିଲେ ପରିବାର ଲୋକେ। ଏହା ପରେ ଚେନ୍ନାଇସ୍ଥିତ ଏକ ଘରୋଇ ମେଡିକାଲରେ ପିଲାଟିକୁ ଭର୍ତ୍ତି କରାଇଥିଲେ ପରିବାର ଲୋକେ। ଡାକ୍ତର ସର୍ଜରୀ କରି ପିଲାଟିର ପାଟିରୁ ୫୨୬ଟି ଦାନ୍ତ ବାହାର କରିଛନ୍ତି।  ତେବେ ମଣିଷ ପାଟିରୁ ଏତେ ସଂଖ୍ୟକ ଦାନ୍ତ ବାହାରିବା ପୃଥିବୀର ପ୍ରଥମ ଘଟଣା ବୋଲି ଡାକ୍ତର କହିଛନ୍ତି।

Comment