ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ବଢ଼ିଚାଲିଛି କରୋନା ମୃତ୍ୟୁ ସଂଖ୍ୟା। ଏହାସହ ଏପର୍ଯ୍ୟନ୍ତ ଭାରତରେ ୫୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗ ପାଇଁ ବୈଜ୍ଞାନିକ ଓ ଡାକ୍ତରମାନେ ଔଷଧ ବାହାର କରିପାରିନାହାନ୍ତି। ଏହି ପରିସ୍ଥିତିରେ ଚେନ୍ନାଇର ଜଣେ ଆୟୁର୍ବେଦିକ ଫାର୍ମାସିଷ୍ଟ କରୋନା ପାଇଁ ଏକ ଔଷଧ ତିଆରି କରିଥିଲେ। ଏହାକୁ ପରୀକ୍ଷା କରିବାକୁ ଯାଇ ନିଜେ ଖାଇଥିଲେ, ହେଲେ ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା।

୪୭ ବର୍ଷିୟ ଏହି ଫାର୍ମାସିଷ୍ଟଙ୍କ ନାଁ କେ ସିଭାନସେନ୍‌। ସେ ଚେନ୍ନାଇ ସୁଜାତା ବାୟୋଟେକ୍‌ରେ କାମ କରୁଥିଲେ। କମ୍ପାନିର ଗୋଟିଏ ଶାଖା ଉତ୍ତରାଖଣ୍ଡରେ ଅଛି। ସେ ସେଠାରେ ହିଁ ରହୁଥିଲେ। ଏହାପୂର୍ବରୁ ସେ ଅନେକ ମେଡିସିନ୍‌ ଫର୍ମୁଲା ମଧ୍ୟ ତିଆରି କରିଥିଲେ।

ଲକ୍‌ଡାଉନ୍‌ ଯୋଗୁଁ ସେ ଚେନ୍ନାଇ ରେ ରହି ଯାଇଥିଲେ। ଗୁରୁବାର ସିଭାନସେନ୍‌ ଏକ ରାସୟନିକ ପଦାର୍ଥ ତିଆରି କରିଥିଲେ। ସେ ଏହାକୁ ନେଇ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ରାଜକୁମାରଙ୍କୁ ଦେଖାଇଥିଲେ। ସେ ଏହାକୁ ଖାଇବା ପରେ ବେହୋସ ହୋଇଯାଇଥିଲେ।

ପରେ ସିଭାନସେନ୍‌ ମଧ୍ୟ ଏହାକୁ ପାଣିରେ ଗୋଳାଇ ପିଇ ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Comment