ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କରୋନା ମୁକାବିଲା ପାଇଁ ୧୮ ବର୍ଷରୁ ଊର୍ଦ୍ଧ୍ଵ ନାଗରିକଙ୍କର ଟିକାକରଣ ଚାଲିଥିବା ଏବେ ୧୫ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ ହେବ। ଜାନୁଆରି ୩ ତାରିଖରୁ ଦେଶବ୍ୟାପୀ ଏହି ବର୍ଗ ପାଇଁ ଟିକାକରଣ ଆରମ୍ଭ ହେବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋ-ଓ୍ୱିନ୍ ପୋର୍ଟାଲ୍ ଜରିଆରେ ଜାନୁଆରି ପହିଲା ଅର୍ଥାତ୍ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ତେବେ କୋ-ଓ୍ୱିନ୍ ପୋର୍ଟାଲ୍ରେ ଟିକା ପାଇଁ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ।
କେମିତି କରିବେ ପଞ୍ଜୀକରଣ?
- ଟିକା ନେବା ପାଇଁ ଗୁଗୁଲ୍ରେ କୋ-ଓ୍ୱିନ୍ର ଅଫିସିଆଲ୍ ଓ୍ଵେବସାଇଟ୍ cowin.gov.in କୁ ଯାଆନ୍ତୁ।
- ଏହାପରେ Vaccination for Children ଅପ୍ସନ୍କୁ ଯାଇ Book Your Slot ଉପରେ କ୍ଲିକ୍ କରନ୍ତୁ।
- ଏହା ପରେ ମୋବାଇଲ୍ ନମ୍ବର ଦେଇ Get OTP ଉପରେ କ୍ଲିକ୍ କରନ୍ତୁ।
- ଏହାପରେ ଆପଣଙ୍କର ମୋବାଇଲ୍ ନମ୍ବରରେ ଏକ ଓଟିପି ଆସିବ।

- ଓଟିପି ଦେବା ପରେ ଆପଣ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇପରିବେ।
- ଏହାପରେ Register Member ଅପ୍ସନ୍ ଉପରେ କ୍ଲିକ୍ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଯାଆନ୍ତୁ।
- ସେଠାରେ ନାମ, ଜନ୍ମ ତାରିଖ ଆଦି ପୂରଣ କରି Photo ID Proof ଅପ୍ସନ୍ରୁ ଯେକୌଣସି ଗୋଟିଏ ବାଛନ୍ତୁ।
- ଏହାପରେ Photo ID Proof ର ନମ୍ଵର ଦେଇ Register ବଟନ୍ରେ କ୍ଲିକ୍ କରନ୍ତୁ।

- ରେଜିଷ୍ଟ୍ରେସନ ପରେ ଟିକା ପାଇଁ ସୁବିଧା ଅନୁସାରେ ଟିକାକରଣ କେନ୍ଦ୍ର ବୁକ୍ କରନ୍ତୁ।
- ଶେଷରେ ଟିକାକରଣ ପାଇଁ ଆପଣଙ୍କ ପଞ୍ଜୀକରଣ ସଫଳ ହୋଇଛି ବୋଲି ଆପଣଙ୍କ ନମ୍ଵରକୁ ଏକ ଏସ୍ଏମ୍ଏସ୍ ଆସିବ।















