ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ଦେଶରେ କରୋନା ସଂକ୍ରମଣର ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ସମ୍ଭାବ୍ୟ କୋଭିଡ ମୁକାବିଲା ପାଇଁ ପୁଣି ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ତଥା ମଙ୍ଗଳବାର ଅପରାହ୍ନ ୪ଟା ୩୦ରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତି ରହିବେ।

ଏହାସହ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ, ମେଡ଼ିକାଲ୍ କଲେଜ କର୍ତ୍ତୃପକ୍ଷ ଉପସ୍ଥିତ ରହିବେ। ଆଗାମୀ ଦିନ ପାଇଁ କୋଭିଡ ମୁକାବିଲା ରଣନୀତି ପ୍ରସ୍ତୁତ କରିବେ ମୁଖ୍ୟମନ୍ତ୍ରୀ। ଲୋକଙ୍କୁ ମାସ୍କ ପିନ୍ଧିବା, କରୋନା ଟିକା ନେବାକୁ ଅପିଲ କରାଯାଇଛି। ଟେଷ୍ଟିଙ୍ଗ ବଢାଇବାକୁ ମଧ୍ୟ ଗୁରୁତ୍ଵ ଦିଆଯାଇଛି।

ସେହିପରି ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ମାସ୍କ ପିନ୍ଧିବାପାଇଁ ପରାମର୍ଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ।

Tags: #CovidSituation #CMO #NaveenPatnaik #Odisha #CovidReviewMeeting #Covid19

Comment