ଓଡ଼ିଶାଲାଇଭ୍ ବ୍ୟୁରୋ

Bus-kolkata bus

ଆସନ୍ତାକାଲି, ଅକ୍ଟୋବର ୧୦ ତାରିଖରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଛି ଘରୋଇ ବସ୍ ମାଲିକ ସଂଘ। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି। ଏହାକୁ ନେଇ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଘରୋଇ ବସ ମାଲିକ ସଂଘର ବୈଠକ ହୋଇଛି। ଆଲୋଚନା ସକରାତ୍ମକ ହୋଇଛି ଏବଂ ସରକାରଙ୍କ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଆସନ୍ତା ଅକ୍ଟୋବର ୧୦ ତାରିଖରେ ବସ୍ ଧର୍ମଘଟ ହେବ କି ନାହିଁ ଷ୍ଟିଅରିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଅଲ ଓଡ଼ିଶା ବସ ମାଲିକ ସଂଘର ସାଧାରଣର ସମ୍ପାଦକ ଦେବେନ୍ଦ୍ର ସାହୁ।

ଗତ ସେପ୍ଟେମ୍ବର ୨୭ ତାରିଖରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏକ ବୈଠକ ହୋଇଥିଲା। ରାଜ୍ୟ ସରକାର ସଂଘର ଦାବିଗୁଡ଼ିକ ପୂରଣ ନକଲେ ରାଜ୍ୟବ୍ୟାପୀ ଅକ୍ଟୋବର ୧୦ ତାରିଖରୁ ବସ୍ ଧର୍ମଘଟ କରାଯିବ ଚେତାବନୀ ଦେଇଥିଲା ସଂଘ।

ଏପରିକି ସ୍କୁଲ, କଲେଜ, ଟୁର ଟ୍ରାଭେଲ ବସ୍ ସହ ଘରୋଇ ବସ ସେବା ବନ୍ଦ ରହିବ ବୋଲି ସଂଘ କହିଥିଲା। ‘ଲକ୍ଷ୍ମୀ’ ଯୋଜନାରେ ଚାଲିବାକୁ ଥିବା ରୁଟରେ ଘରୋଇ ବସଗୁଡ଼ିକୁ ସବସିଡି ଦେବାକୁ ସଂଘ ପକ୍ଷରୁ ଦାବି ହୋଇଛି। ସରକାର ରାଜି ହେଲେ ଘରୋଇ ବସଗୁଡ଼ିକୁ ଲକ୍ଷ୍ମୀ ଯୋଜନା ଅନୁଯାୟୀ ସଜ୍ଜା ଯିବ ବୋଲି ପୂର୍ବରୁ ସଂଘ କହିଥିଲା। 

Tags: #stateprivatebusownersassociation #meeting #cmo #LAccMIyojana #odisha

Comment