ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନର (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଇନଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌ରେ ଏମ୍‌ବିଏର ୨୦୧୯-୨୦ ବ୍ୟାଚର ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କର ଫ୍ରେସର୍ସ ଇଣ୍ଡକ୍ସନ୍ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ଡାଇରେକ୍ଟର ଜେନେରାଲ୍ କିଶୋର କୁମାର ମହାନ୍ତି ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜର ବୃତିଗତ ଜୀବନ ସଂପର୍କରେ କହିଥିଲେ।

ଏହି ଅବସରରେ ଅନୁଷ୍ଠାନର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ କହିଛନ୍ତି, ‘‘ଆଜିର ମ୍ୟାନେଜରମାନଙ୍କ ମଧ୍ୟରେ ଆଦର୍ଶ, କାର୍ଯ୍ୟଶୈଳୀ ଏବଂ କାର୍ଯ୍ୟାନୁଷ୍ଠାନର ପରିବେଶରେ ଅନେକ ଫରକ ରହୁଛି। ନୂତନ ଛାତ୍ରଛାତ୍ରୀମାନେ ନିଜକୁ ବଦଳାଇବା ଦରକାର।’’

ଏହି କାର୍ଯ୍ୟକ୍ରମରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟ ଅର୍ଗାନାଇଜେସନ୍ ମ୍ୟାନେଜର କମଳାକାନ୍ତ ସାହୁ ଏବଂ ଇସିଜିସି ଲିମିଟେଡ୍‌ର ବ୍ରାଞ୍ଚ ମ୍ୟାନେଜର ସୁମନ କୁମାର ଜେନା ଅତିଥି ଭାବେ ଯୋଗ ଦେଇଥିଲେ।

Comment