ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ସ୍କୁଲ୍‌କୁ ଦୁଇ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ଏନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଆଜି ଓ ଆସନ୍ତାକାଲି ସ୍କୁଲ୍‌ ବନ୍ଦ ରହିବ।

ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ପୁଣି ସ୍ଥିତି ଅସମ୍ଭାଳ ହେଲାଣି। ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ଥର ବଢ଼ିବାରେ ଲାଗିଛି। କୋରକୋଣ୍ଡା ଓ ଏମ୍‌ଭି ୩୬ ପୋଲ ଉପରେ ୪ ଫୁଟ୍‌ ଉଚ୍ଚରେ ପାଣି ପ୍ରଭାହିତ ହେଉଛି। ଫଳରେ ଯାତାୟାତ ବିଚ୍ଛିନ୍ନ ହୋଇଛି।

ଲଗାଣ ବର୍ଷା ଓ ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାଲକାନଗିରିର ସମସ୍ତ ସ୍କୁଲକୁ ୨ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି।

Comment