ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ଵକପ ସେମିଫାଇନାଲରୁ ବିଦା ହେବା ପରେ ଭାରତ ଅନେକ ବିବାଦ ମଧ୍ୟରେ ଗତି କରିଛି। ଏହାମଧ୍ୟରେ ଦଳ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ହାତେଇବାକୁ ଆଜି ମୈଦାନକୁ ଓହ୍ଲାଇବ। ଏହି ଗସ୍ତରେ ଭାରତ ୩ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ।

ପ୍ରଥମ ଟି-୨୦ ପାଇଁ ଭାରତୀୟ ଦଳ ଜୋରଦାର ଅଭ୍ୟାସ ଆରମ୍ଭ କରିଛି। ସମସ୍ତ ବିବାଦକୁ ଦୂରେଇ ଭାରତୀୟ ଦଳ ସିରିଜ ବିଜୟ ଲକ୍ଷ୍ୟରେ ରହିଛି। ରୋହିତ ଓ ବିରାଟଙ୍କ ମଧ୍ୟରେ ଥିବା ବିବାଦକୁ ବିରାଟ ଖଣ୍ଡନ କରିଛନ୍ତି। ଦଳର ଏହି ଦୁଇ ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ଏହି ସିରିଜରେ ତାଳମେଳ ରହିବ ବୋଲି ଆଶା କରାଯାଉଛି।

ଦଳ ଆଜି ତା’ର ପ୍ରଥମ ଟି-୨୦ ଫ୍ଲୋରିଡାରେ ଖେଳିବ। ପରେ ରବିବାର ସେହି ଫ୍ଲୋରିଡାରେ ଦ୍ଵିତୀୟ ଟି-୨୦ ଖେଳିବା ପରେ ଶେଷ ଟି-୨୦ ଗୟନାଠାରେ ଖେଳିବ। ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ରାତି ୮ଟାରେ ଖେଳାଯିବ।

ସମ୍ଭାବ୍ୟ ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ରିଷଭ ପନ୍ତ, ମନୀଷ ପାଣ୍ଡେ, କୃନାଲ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଖଲିଲ୍ ଅହମ୍ମଦ, ଭୁବନେଶ୍ୱର କୁମାର, ଦୀପକ ଚହର ।

Comment