ଓଡ଼ିଶାଲାଇଭ୍ ବ୍ୟୁରୋ

ଲଗାଣ ବର୍ଷାରେ ବେହାଲ ହୋଇଥିବା ମାଲକାନଗିରିର ସ୍ଥିତି ଧୀରେ ଧୀରେ ସୁଧୁରୁଛି। ନଦୀରେ ଜଳସ୍ଥର କମିବା ପରେ କାଙ୍ଗୁରକୋଣ୍ଡା ପୋଲ ଉପରୁ ବନ୍ୟା ଜଳ ଖସି ଯାଇଛି।

ଲଗାଣ ବର୍ଷାରୁ କାଙ୍କୁରୁକୋଣ୍ଡା ଓ ପୋଟେରୁ ନଦୀ ପୋଲ ଉପରେ ୪ ରୁ ୫ ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଥିଲା। ଫଳରେ ଯାତାୟତ ଠପ୍ ହୋଇଥିଲା। ଆଜି ଏଠାରେ ପୋଲ ତଳକୁ ପାଣି ଖସିଛି। ଏବେ ଜଳସ୍ଥର କମିବା ପରେ ଜୟପୁର, କାଲିମେଳା ଓ ବାଲିମେଳାକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି।

କାଲିମେଳା, ମାଥିଲି ଓ କୋରୁକୋଣ୍ଡା ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘରେ ପାଣି ପଶିଥିବା ବେଳେ ଝାଟି ମାଟି ଘର ଭାଙ୍ଗି ଯାଇଛି। ଶହ ଶହ ହେକ୍ଟର ଧାନ ଫସଲ ଜଳ ମଗ୍ନ ହୋଇଛି। ଅଧିକାଂଶ ଗ୍ରାମବାସୀ ଜଳବନ୍ଦୀରେ ଫସି ରହିଥିଲେ । ବନ୍ୟା ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ଦିନ ପର୍ଯ୍ୟନ୍ତ ଜିଲ୍ଳାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

Comment