ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାରେ ଜଣେ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ଶରତ ଥାନା କାଠଚୁଆ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

ଗତ ୩୧ ତାରିଖରେ ଦିବ୍ୟାଙ୍ଗ ଯୁବତୀ ଜଣକ ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ପଦ୍ମପୋଖରୀ ପଞ୍ଚାୟତ ଧପଡ଼ା ଗ୍ରାମର ଜଣେ ଯୁବକ ଯୁବତୀଙ୍କୁ ଘରୁ ଟେକି ନେଇ ଏକ ଜଙ୍ଗଲରେ ଦୁଷ୍କର୍ମ କରିଥିଲା। ଏହି ଯୁବକର ନାଁ ବାବୁଲି ବଦରା ବୋଲି ଜଣାପଡ଼ିଛି।

ଏ ସଂପର୍କରେ ଯୁବତୀ ଜଣକ ତାଙ୍କ ମା’ଙ୍କ ଆଗରେ କହିବାରୁ ପରିବାର ପକ୍ଷରୁ ଶରତ ଥାନାରେ ଅଭିଯୋଗ ଦାୟର ହୋଇଥିଲା। ଅଭିଯୋଗ ପାଇବା ପରେ ଶରତ ଥାନା ପୋଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

Comment