ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ନାବାଳିକା ଦୁଷ୍କର୍ମ ଘଟଣା ବଢ଼ିବାରେ ଲାଗିଛି। ଦୁଷ୍କର୍ମ ପାଇଁ ଯେତେ କଡ଼ା ପଦକ୍ଷେପ ନିଆଗଲେ ମଧ୍ୟ ଚେତୁ ନାହନ୍ତି। ଶନିବାର ପୁଣି ଜଣେ ୫ ବର୍ଷୀୟ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣା ଘଟିଛି ଜଗତସିଂହପୁର, କୁଜଙ୍ଗରେ।
ନାବାଳିକା ଜଣକ ଶନିବାର ଅପରାହ୍ଣରେ ପଡ଼ୋଶୀ ଘରକୁ ଖେଳିବାକୁ ଯାଇଥିଲେ। ସେହି ଗାଁର ଜଣେ ଯୁବକ ତାଙ୍କୁ କୌଶଳ କ୍ରମେ ନିକାଞ୍ଚ ସ୍ଥାନୁ ଡାକି ନେଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକାର ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।
ଦୁଷ୍କର୍ମ କରିଥିବା ଯୁବକ ଜଣକ ସେହ ଗାଁର ରୁଦ୍ର ଦଳାଇ ବୋଲି ଜଣାପଡ଼ିଛି। କୁଜଙ୍ଗ ଥାନାରେ ଏତଲା ଦିଆଯିବା ପରେ ପୋଲିସ ଶନିବାର ବିଳମ୍ବିତ ରାତିରେ ରୁଦ୍ର ଦଳାଇଙ୍କୁ ତାଙ୍କ ସମ୍ପର୍କୀୟ ମାଉସୀ ଘରୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।


















