ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କଶ୍ମୀରରେ ବଢ଼ି ଚାଲିଥିବା ବିବାଦ ଯୋଗୁଁ ପାକିସ୍ତାନକୁ ଭୟ ଘାରିବାରେ ଲାଗିଛି। ପାକିସ୍ତାନ ସେନା ତା’ର ଅଫିସିଆଲ ଓ୍ଵେବସାଇଟକୁ ଭାରତରେ ବ୍ୟାନ କରିଛି। ଏହାର ଅର୍ଥ ଭାରତର କୌଣସିବି ଲୋକ ପାକିସ୍ତାନ ସେନା ଓ୍ଵେବସାଇଟ ଖୋଲି ପାରିବେନାହିଁ। ଏହି ଓ୍ଵେବସାଇଟ ଖୋଲିଲେ ଏରର୍ ବୋଲି ସୋ କରୁଛି।

ଜମ୍ମୁ କଶ୍ମୀରରେ ପର୍ଯ୍ୟଟକ ଓ ବାହାର ଛାତ୍ରଛାତ୍ରୀଙ୍କୁ ତୁରନ୍ତ ରାଜ୍ୟ ଖାଲି କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଶ୍ରୀନଗରରେ ୧୪୪ ଧାରା ଲାଗୁ, ବିଚ୍ଛିନ୍ନବାଦୀ ନେତାଙ୍କୁ ନଜର ବନ୍ଦୀ ହେବା ପରେ ବର୍ତ୍ତମାନ ସବୁ ଆଡ଼େ ଭୟ ଓ ଅନିଶ୍ଚିତତାର ବାତାବରଣ ଦେଖିବାକୁ ମିଳୁଛି।

ଏହି ଭୟ ପାକିସ୍ତାନରେ ମଧ୍ୟ ଦେଖାଯାଇଛି। ଏହି ସବୁ ଦ୍ଵନ୍ଦ ଅନିଶ୍ଚିତତା ମଧ୍ୟରେ ପାକିସ୍ତାନ ସେନା ତା’ର ଅଫିସିଆଲ ଓ୍ଵେବସାଇଟକୁ ଭାରତରେ ବ୍ୟାନ କରିଛି। ଏହାକୁ ନେଇ ପାକିସ୍ତାନ ଓ ଭାରତ ମଧ୍ୟରେ ଏବେ ଉତ୍ତେଜନା ବଢ଼ିଚାଲିଛି।

ଆଜି ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହା କାଶ୍ମୀରରେ ଥିବା ଧାରା ୩୭୦କୁ ଉଚ୍ଛେଦ ପାଇଁ ପ୍ରସ୍ତାବ ଆଗତ କରିଛନ୍ତି। ଏହାଦ୍ଵାରା କଶ୍ମୀରଠୁ ଲଦାଖ ଅଲଗା ହୋଇଯିବ। ୩୭୦ ଧାରା ଅନୁସାରେ ଜମ୍ମୁ ଓ କଶ୍ମୀର ଏକ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା।

Comment