ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ଇମ୍ରାନ୍ ଖାନ୍‌ ନେଲେ ବଡ଼ ନିଷ୍ପତ୍ତି
  • ଭାରତ ସହ ସମ୍ପର୍କ କାଟିଲା ପାକିସ୍ତାନ
  • ଦ୍ୱିପାକ୍ଷିକ ସମ୍ପର୍କ ବନ୍ଦ
  • ପାକିସ୍ତାନରେ ଭାରତୀୟ ଦୂତାବାସ ବନ୍ଦ

ଜମ୍ମୁ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଛେଦ କରିବା ପରେ ପାକିସ୍ତାନ କୂଟନୈତିକ ଗେମ୍‌ ଖେଳିଛି। ଭାରତ ସହ ଦ୍ୱିପାକ୍ଷିକ ଏବଂ ବାଣିଜ୍ୟିକ ସମ୍ପର୍କ କାଟିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି।

ଜମ୍ମୁ କଶ୍ମୀରରୁ ୩୭୦ ଉଛେଦ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଇସଲାମବାଦରେ ଜାତୀୟ ସୁରକ୍ଷା କମିଟି ବୈଠକ ଡାକିଥିଲେ। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କ କମ୍ କରିବାକୁ ବୈଠକରେ ଆଲୋଚନା ହୋଇଛି। ଏହାସହ ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ବନ୍ଦ କରିଛି ପାକିସ୍ତାନ। ପାକିସ୍ତାନରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକ୍‌ ସରକାର।

ପାକିସ୍ତାନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଅଜୟ ବିସରିଆଙ୍କୁ ପାକିସ୍ତାନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ପାକିସ୍ତାନ ଉଠାଇବ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ ହେବା ପରେ ପାକିସ୍ତାନ ସରକାର ମଙ୍ଗଳବାର ଦିନ ମିଳିତ ଅଧିବେଶନ ଡାକିଥିଲେ। ଏହି ଅଧିବେଶନରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ପାକ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପରୋକ୍ଷରେ ଭାରତକୁ ଧମକ ଦେଇଥିଲେ। ଭାରତ ସରକାର ବେଆଇନ୍ ଭାବେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ କରିଛନ୍ତି। ଏହା ଫଳରେ ଆଗାମୀ ଦିନରେ ପୁଲୱାମା ଭଳି ଆକ୍ରମଣ ଘଟିପାରେ।

Comment