ଓଡ଼ିଶାଲାଇଭ୍ ବ୍ୟୁରୋ

ଆମର ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍ ଡିର ଆବଶ୍ୟକତା ପଡ଼ିଥାଏ। ଏହାର ଏକ ଉତ୍ସ ହେଲା ଖରା। ଯଦି ନିୟମିତ ଭାବେ ୧୫-୨୦ ମିନିଟ୍ ଧରି ନରମ ଖରାରେ ବସିବେ, ତା’ ହେଲେ ଅନେକ ଉପକାର ପାଇପାରିବେ। ଏକ ଗବେଷଣାରୁ ଜଣାପଡ଼ିଛି ଯେ ଭାରତରେ ପ୍ରାୟ ୬୦ ପ୍ରତିଶତ ଲୋକ ଭିଟାମିନ୍ ଡିର ଅଭାବର ସାମ୍ନା କରୁଛନ୍ତି। ଯେତେବେଳେକି ଭାରତ ସୂର୍ଯ୍ୟଙ୍କର ପର୍ଯ୍ୟାପ୍ତ କିରଣ ପାଉଥିବା ଦେଶମାନଙ୍କ ତାଲିକାରେ ସାମିଲ ଅଛି।

-ସୂର୍ଯ୍ୟକିରଣ ହାଡ଼କୁ ମଜଭୁତ କରିଥାଏ। ଶରୀର ପାଇଁ ଆବଶ୍ୟକ ହେଉଥିବା ୧୦ ପ୍ରତିଶତ ଭିଟାମିନ୍ ଡି ଆମକୁ ସୂର୍ଯ୍ୟକିରଣରୁ ମିଳିଯାଏ। ଏହା ଅଷ୍ଟିଓପୋରୋସିସରୁ ରକ୍ଷା କରେ।

-ସୂର୍ଯ୍ୟକିରଣ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ। ଫଳରେ ଶରୀର ଥଣ୍ଡା-ଜ୍ୱର, କାଶ ଇତ୍ୟାଦି ସମସ୍ୟା ସହ ଲଢିବା ସହଜ ହୁଏ।

-ସୂର୍ଯ୍ୟକିରଣ ଯୋଗୁ ଆମ ଶରୀରର ମେଟାବଲିଜିମ୍ ମଜଭୁତ ହୋଇଥାଏ। ଫଳରେ ଓଜନ କମିବାରେ ସହାୟତା ମିଳେ । ସେହିପରି ମେଲାଟୋନିନ୍ ନାମକ ହରମୋନ୍ ସୃଷ୍ଟି ହୋଇଥାଏ। ଏହାଯୋଗୁ ଅନିଦ୍ରା ପରି ସମସ୍ୟାରୁ ମୁକ୍ତି ମିଳେ ଏବଂ ଶାନ୍ତିରେ ନିଦ ହୋଇଥାଏ।

sit infront of sunlight

-ସୂର୍ଯ୍ୟକିରଣରେ କିଛି ସମୟ ବସିବା ଦ୍ୱାରା ଶରୀର ବ୍ୟାକ୍ଟେରିଆମୁକ୍ତ ହୋଇଯାଏ। ଏହାସହ ତ୍ୱଚାରେ ଚମକ ଆସିଯାଏ। ଫଳରେ ମୁଖବ୍ରଣ, ଚର୍ମ ସଂକ୍ରମଣ ସମସ୍ୟା ହୁଏନାହିଁ।

-ନିୟମିତ ଭାବେ ଖରାରେ କିଛି ସମୟ ଲେଖାଏଁ ବସିଲେ କୋଲେଷ୍ଟେରୋଲ୍ କମିଥାଏ। ରକ୍ତଚାପ ନିୟନ୍ତ୍ରଣରେ ରହେ ଏବଂ ହୃଦରୋଗର ଆଶଙ୍କା କମିଥାଏ।

-ସୂର୍ଯ୍ୟକିରଣ ରକ୍ତ ସଞ୍ଚାଳନକୁ ଭଲ କରିଥାଏ। ଏହାଯୋଗୁ ଲୋହିତ ରକ୍ତ କଣିକା ଏବଂ ଶ୍ୱେତରକ୍ତକଣିକାର ସଂଖ୍ୟା ବୃଦ୍ଧି ହୋଇଥାଏ।

ଏହି କଥାକୁ ଧ୍ୟାନ ରଖନ୍ତୁ

ସୂର୍ଯ୍ୟକିରଣ ଶରୀର ପାଇଁ ଭଲ, ହେଲେ ସେଥିରୁ ବାହାରୁଥିବା ଅତିବାଇଗଣୀ ରଶ୍ମି ଶରୀର ପାଇଁ କ୍ଷତିକାରକ। ଏହାଯୋଗୁ ଚର୍ମ କର୍କଟ ହୋଇଥାଏ। ତେଣୁ ଟାଣ ଖରାରେ ବସନ୍ତୁ ନାହିଁ। ଝାଳ ବୋହିଲା ମାତ୍ରେ ଖରାରୁ ଉଠିଆସିବା ଉଚିତ୍। ଖରାବେଳ ପରେ ସୂର୍ଯ୍ୟକିରଣରେ ବସିବା ଦ୍ୱାରା କିଛି ଲାଭ ମିଳେନାହିଁ । ବରଂ କ୍ଷତି ହୋଇଥାଏ।

Comment