ଓଡ଼ିଶାଲାଇଭ ବ୍ୟୁରୋ

ମତେ ମହାରଥୀଙ୍କ ଭଳି ଜଣେ ଶକ୍ତିଶାଳୀ, ରୋକଠୋକ କଥା କହିପାରୁଥିବା ବ୍ୟକ୍ତି। ମୋ ସୁବିଧା ଅସୁବିଧାରେ ମୋତେ ସମର୍ଥନ କରୁଥିବା ଲୋକ ଦରକାର।

“ମତେ ମହାରଥୀ ଭଳି ସ୍ଵାମୀ ଦରକାର। କାରଣ ସେ ଜଣେ କଳା ପ୍ରେମୀ ମଣିଷ, ତାଙ୍କ ପାଖରେ ସମାଜସେବା ଭଳି ଗୋଟେ ଭଲ ଗୁଣ ଅଛି। ତାଙ୍କ ବ୍ୟକ୍ତିତ୍ଵ, ରୋକଠୋକ୍ କଥାବାର୍ତ୍ତା ମତେ ବହୁତ ଭଲ ଲାଗେ” କହିଛନ୍ତି ଯାତ୍ରା ଜଗତର ଆଇଟମ ଡ୍ୟାନ୍ସର ରାନୀ ପଣ୍ଡା।

କିଛିଦିନ ତଳେ ଆଇଟମ ଡ୍ୟାନ୍ସର ରାନୀ ପଣ୍ଡାଙ୍କୁ ନେଇ ଚର୍ଚ୍ଚା ଜୋରଧରିଥିଲା। ଖଣ୍ଡଗିରିର ଯାତ୍ରା ମଞ୍ଚରେ ଡ୍ୟାନ୍ସ କରିବା ବେଳେ ତଳକୁ ଆସି ଜଣେ ଦର୍ଶକଙ୍କ କାନକୁ କାମୁଡ଼ିକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ଅନେକ ସଂଗଠନ ରାନୀଙ୍କ ନୃତ୍ୟକୁ ବିରୋଧ କରିଥିଲେ। ଏନେଇ ତାଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା।

ଏହି ବିବାଦ ନଥମୁଣୁ ଏକ ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ରାନୀ ପଣ୍ଡା। ତାଙ୍କୁ ପ୍ରଦୀପ ମହାରଥୀ ଭଳି ସ୍ଵାମୀ ଦରକାର ବୋଲି ମିଡିଆ ଆଗରେ କହିଥିଲେ ରାନୀ। ତେବେ ରାନୀ ପଣ୍ଡାଙ୍କୁ କାହିଁକି ପ୍ରଦୀପ ମହାରଥୀଙ୍କ ଭଳି ସ୍ଵାମୀ ଦରକାର ତାହାର ଗୁମର ଜାଣିବାକୁ ତାଙ୍କୁ ଭେଟିଥିଲା ଓଡ଼ିଶାଲାଇଭ କ୍ୟାମେରା ଟିମ୍।

ଓଡ଼ିଶାଲାଇଭ କ୍ୟାମେରା ଆଗରେ ତାଙ୍କୁ କାହିଁକି ମହାରଥୀଙ୍କ ଭଳି ସ୍ଵାମୀ ଦରକାର ତାହାର ଗୁମର ଖୋଲିଥିଲେ ରାନୀ।

ରାନୀ ପଣ୍ଡା କହିଛନ୍ତି, “ମତେ ଜଣେ ଶକ୍ତିଶାଳୀ ଓ ରୋକଠୋକ ଜବାବ ଦେଇ ପାରୁଥିବା ବ୍ୟକ୍ତି ଦରକାର। ଯିଏକି ମୋ ସୁବିଧା ଅସୁବିଧାରେ ସାଙ୍ଗରେ ରହୁଥିବ। ଆଉ ଏଥିପାଇଁ ପ୍ରଦୀପ ମହାରଥୀଙ୍କୁ ବାଛିବାର କାରଣ ହେଉଛି ସେ ଜଣେ ଯାତ୍ରା ପ୍ରେମୀ, ତାଙ୍କର ସମାଜସେବା, ରୋକଠୋକ କଥା କହିବାର ଢଙ୍ଗ ତାଙ୍କ ଚାହାଣି ମୋତେ ବହୁତ ଭଲ ଲାଗେ।“

ସେ ଆହୁରି ମଧ୍ୟ କହିଛନ୍ତି, “ତାଙ୍କୁ ମୁଁ କେବେ ସାମ୍ନାରୁ ଦେଖିନି। ଯଦି ଦେଖିବି ପ୍ରଥମେ ବେହୋସ ହୋଇଯିବି। ଆଉ ତା’ପରେ ତାଙ୍କୁ ଭୂମିଷ୍ଠ ପ୍ରଣାମ କରି ତାଙ୍କ ପାଦ ଧୂଳି ନେଇ ପୂଜା କରିବି।”

ଏପରି କଥା କହି ମହାରଥୀଙ୍କ ଯାତ୍ରା ଅନୁଷ୍ଠାନରେ ପ୍ରବେଶ କରିବାର ଉଦ୍ଦେଶ୍ୟ କିଛି ଅଲଗା ନାହିଁ ତ? ଏପରି ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, “ମୋର ସେମେତି କିଛି ଉଦ୍ଦେଶ୍ୟ ନାହିଁ। ବହୁତ ଲୋକ ଅଛନ୍ତି ଏମିତି କାମ କରୁଛନ୍ତି। ମୁଁ ବି ସେମିତି କରିପାରନ୍ତି। ହେଲେ ମୁଁ ସେମିତି ଝିଅ ନୁହେଁ। ମୋ ରୋଜଗାରରେ ମୁଁ ବହୁତ ଖୁସି ଅଛି।”

Comment