ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଛେଦ ହେବା ପରେ ପାକିସ୍ତାନ ଘାବରେଇ ଯାଇଛି। ପାକିସ୍ତାନ ବିପକ୍ଷରେ ଭାରି କିଛି ପଦକ୍ଷେପ ନେବା ପୂର୍ବରୁ ପାକିସ୍ତାନ ନିଜ ଆଡୁ ସମ୍ପର୍କ କାଟି ଚାଲିଛି।

ଟ୍ରେନ ସେବା ବନ୍ଦ କରିବା ପରେ ଏବେ ବସ୍ ସେବା ବନ୍ଦ କରିଛି ପାକିସ୍ତାନ। ଲାହୋର-ନୂଆଦିଲ୍ଲୀ ଭିତରେ ଚାଲିଥିବା ବସ୍‌ ସେବାକୁ ଆଜି ପାକିସ୍ତାନ ବନ୍ଦ କରି ଦେଇଛି।

ଗତକାଲି ପାକିସ୍ତାନ ନୂଆଦିଲ୍ଲୀ-ଲାହୋର ଭିତରେ ଚାଲିଥିବା ସମଝୌତା ଏକ୍ସପ୍ରେସ୍‌ ବନ୍ଦ କରିବା ପରେ ଆଜି ମୁନାବାବ-ଖଖରାପର ଭିତରେ ଚାଲିଥିବା ଥର୍‌ ଏକ୍ସପ୍ରେସ୍‌ ଚଳାଚଳକୁ ବନ୍ଦ କରିଥିଲା।

ଆଜି ସନ୍ଧ୍ୟାରୁ ବସ୍‌ ସେବା ବନ୍ଦ କରି ପାକିସ୍ତାନ ଭାରତ ସହିତ ସମ୍ପର୍କ ଛିନ୍ନ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିଛି।

ଜମ୍ମୁ କଶ୍ମୀରରୁ ଭାରତ ସରକାର ୩୭୦ ଉଛେଦ କରିବା ପରେ ପାକିସ୍ତାନ ନିଜ ଆଡୁ ଭାରତ ସହିତ ସମ୍ପର୍କ କାଟି ଚାଲିଛି। ବାଣିଜ୍ୟିକ ସମ୍ପର୍କ କାଟିବା ସହ ଭାରତୀୟ ଦୂତାବାସକୁ ଉଠାଇ ନେବାକୁ ନିର୍ଦ୍ଦେଶ ଦେଇଥିଲା ପାକିସ୍ତାନ।

ପ୍ରତି ସୋମବାର, ବୁଧବାର ଶୁକ୍ରବାର ଏହି ବସ୍‌ ଦିଲ୍ଲୀରୁ ଲାହୋର ଯାତ୍ରା କରୁଥିଲା। ଏପଟେ ପାକିସ୍ତାନ ପର୍ଯ୍ୟଟନ ନିଗମ ପକ୍ଷରୁ ପ୍ରତି ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଲାହୋରରୁ ନୂଆଦିଲ୍ଲୀ ବସ୍ ଯାତ୍ରା କରୁଥିଲା।

Comment