ଓଡ଼ିଶାଲାଇଭ ବ୍ୟୁରୋ

(ମୟୂରଭଂଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦା ତକତପୁର ଅଞ୍ଚଳରେ ଆରୋହଣ ମୋଟର୍ସ ପକ୍ଷରୁ ଅଭିନବ ପ୍ରୟାସ କରାଯାଉଛି। ମୟୂରଭଞ୍ଜ ଜିଲ୍ଲାରେ ଗ୍ରହଣ ଖଣ୍ଡିଆ ପିଲାଙ୍କୁ ଚିହ୍ନଟ କରି। ଅପରେସନ ସ୍ମାଇଲ ପକ୍ଷରୁ କରାଯାଉଥିବା ମାଗଣା ଚିକିତ୍ସାରେ ସାମିଲ କରାଯାଉଛି।

ନୂଅ।ଦିଲ୍ଲୀର ଅପରେସନ ସ୍ମାଇଲ ନାମକ ଏକ ସ୍ଵେଛାସେବୀ ସଂସ୍ଥାର ସହଯୋଗରେ ଏହି କାର୍ଯ୍ୟକ୍ରମ ଅ।ୟୋଜିତ କରାଯାଇଥିଲା। ମୟୂରଭଂଜ ଜିଲ୍ଲାରେ ଥିବା ସମସ୍ତ ଗ୍ରହଣଖଣ୍ଡିଆ ମାନଙ୍କୁ ଚିହ୍ନଟ କରାଯାଇ ବିନା ଖର୍ଚ୍ଚରେ ସେମାନଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ କରାଯାଇଛି ଏହି ଯୋଜନାରେ। ଏହି ପରିପ୍ରେକ୍ଷୀରେ ଭୂବନେଶ୍ଵରର ସମ୍‌ ହସ୍ପିଟାଲଠାରେ ଏହି ମାଗଣା ଅପରେସନ କାର୍ଯ୍ୟକ୍ରମ ହାତକୁ ନିଅ।ଯିବାକୁ ଥିବାରୁ ଏଥିରେ ସମ୍‌ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ଚିହ୍ନଟ ପ୍ରକ୍ରିୟାରେ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ହେବାକୁଥିବାରୁ ମୟୂରଭଂଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଯାଇଥିବା ଏପ୍ରକାର ଗ୍ରହଣଖଣ୍ଡିଅ। ରୋଗୀମାନଙ୍କର ଅବିଭାବକମାନେ ଏହି ସେବାର ସୁଯୋଗ ନେବାରୁ ଯେପରି ବଞ୍ଚିତ ନହେବେ। ସେଥିପାଇଁ ଅ।ରୋହଣ ମୋଟର୍ସ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି।

Comment