ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ଦ୍ଵିତୀୟ ଦିନିକିଆରେ ଭାରତ ୫୯ରନରେ ବିଜୟୀ ହୋଇଛି। ଏହାସହ ବିରାଟ ଜାଭେଦ ମିଆଁଦାଦଙ୍କ ଏକ ୨୬ ବର୍ଷ ପୂରୁଣା ରେକର୍ଡକୁ ଭାଙ୍ଗିଛନ୍ତି। ଏହି ରେକର୍ଡ ଭାଙ୍ଗି ସେ ଜାଭେଦଙ୍କୁ ପଛରେ ପକାଇଛନ୍ତି।

ଏହି ରେକର୍ଡ ଭାଙ୍ଗିବାକୁ ତାଙ୍କୁ ୧୯ରନର ଆବଶ୍ୟକ ରହିଥିଲା। ୧୯ରନ କରି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ସେ ସର୍ବାଧିକ ଦିନିକିଆ ରନ କରିଥିଲେ। ଏହି ରେକର୍ଡ ପୂର୍ବରୁ ପାକିସ୍ତାନ କ୍ରିକେଟର ଜାଭେଦ ମିଆଁଦାଦଙ୍କ ନାଁରେ ରହିଥିଲେ। ମିଆଁଦାଦ ୬୪ ମ୍ୟାଚରେ ୧୯୩୦ ରନ କରିଥିଲେ। ଯାହାକି ୨୬ ବର୍ଷ ହେବ ଅତୁଟ ହୋଇ ରହିଥିଲା।

କୋହଲି କିନ୍ତୁ ମାତ୍ର ୩୪ ମ୍ୟାଚରୁ ଏହି ରେକର୍ଡ ପୂରା କରି ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। କୋହଲି ଓ ମିଆଁଦାଦଙ୍କ ପଛକୁ ମାର୍କ ଓ୍ଵ(୧୭୦୮), ଜ୍ୟାକ କାଲିସ୍(୧୬୬୬), ରମିଜ ରାଜା(୧୬୨୪), ସଚିନ ତେନ୍ଦୁଲକର(୧୫୭୩) ରହିଛନ୍ତି।

Comment