ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

  • ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’
  • ୫ଟିକୁ ଗୁରୁତ୍ଵ ଦେବେ ମୁଖ୍ୟମନ୍ତ୍ରୀ
  • ଫୋନରେ ଲୋକଙ୍କ କଥା ବୁଝିବେ – ମୁଖ୍ୟମନ୍ତ୍ରୀ
  • “ଲୋକଙ୍କ ମତାମତ ସରକାରଙ୍କ ପାଇଁ ସର୍ବଶ୍ରେଷ୍ଠ”

“ସାଧାରଣ ଲୋକ ଆମ ସବୁ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ। ସାଧାରଣ ଲୋକଙ୍କୁ ତାଙ୍କର ସମସ୍ତ ହକ୍‌ ଦେବାକୁ ଆମେ ୫ ଟି ମନ୍ତ୍ରକୁ କାର୍ଯ୍ୟକାରୀ କରୁଛୁ। ଲୋକଙ୍କ ସେବା ପାଇଁ ହିଁ ସରକାର। ଲୋକମାନଙ୍କ ଟଙ୍କାରେ ସରକାର ଚାଲିଛି। ତେଣୁ ଆମ ପାଇଁ ଆପଣଙ୍କ ମତାମତ ହିଁ ସର୍ବଶ୍ରେଷ୍ଠ,” ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ସାରା ଦେଶ ପାଳୁଛି ୭୩ତମ ସ୍ଵାଧୀନତା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ଵରର ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାସହ ରାଜ୍ୟବାସୀଙ୍କୁ ସମ୍ଵୋଧନ ମଧ୍ୟ କରିଛନ୍ତି।

“ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀ। ନିଜେ ଆପଣଙ୍କୁ ଫୋନ କରିବି। ଥାନା ଓ ହସ୍ପିଟାଲରେ ଆପଣ କିପରି ରେସପନ୍ସ ପାଇଲେ ତାହା ବୁଝିବି। ଥାନାରେ ଆପଣଙ୍କ ଅଭିଯୋଗର କିପରି ଗୁରୁତ୍ଵ ଦିଆଯିବ ସେଥିପ୍ରତି ମଧ୍ୟ ଧ୍ୟାନ ଦେବି,” ସ୍ଵାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହାସହ ସେ ଦେଶର ମହାପୁରୁଷ ମହାତ୍ମା ଗାନ୍ଧୀ, ସୁବାସ ଚନ୍ଦ୍ର ବୋଷ, ଡକ୍ଟର ବିଆର ଆମ୍ଵେଦର ଓ ଅନ୍ୟମାନଙ୍କ ବଳିଦାନକୁ ସ୍ମରଣ କରିଥିଲେ।

ସେ ଆହୁରି ମଧ୍ୟ କହିଥିଲେ, “ଆପଣଙ୍କ ମତାମତକୁ ଗୁରୁତ୍ଵ ଦେବା ପାଇଁ ୫ଟି କୁ ଭିତ୍ତି କରି ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହା ଅକ୍ଟୋବର ୨ରୁ କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ ଏହା ସମସ୍ତ ଥାନାରେ ଆରମ୍ଭ ହେବ। ମୁଁ ନିଜେ ସାଧାରଣ ଲୋକଙ୍କୁ ଫୋନ କରି ତାଙ୍କ ଅଭିଯୋଗକୁ ଶୁଣିବି।”

Comment