ଓଡ଼ିଶାଲାଇଭ୍‌ ବ୍ୟୁରୋ

୭୩ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ମୋଦି ନିଜ ଅବିଭାଷଣରେ ଆତଙ୍କବାଦକୁ ସଧା ଟାର୍ଗେଟ୍‌ କରିଥିବା ବେଳେ ପାକିସ୍ତାନର ନାଁ ନନେଇ ସମାଲୋଚନା କରିଛନ୍ତି।

ପାକିସ୍ତାନ ନାଁ ନନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ଗୋଟିଏ ଦେଶ ଭାରତ ତଥା ଏହା  ଅନ୍ୟ ପଡ଼ୋଶୀ ଦେଶରେ ଆତଙ୍କବାଦକୁ ପ୍ରତ୍ସାହନ ଦେଇ ବରବାଦ କରିବାରେ ଲାଗିଛନ୍ତି। ଭାରତରେ ପୁଲୱାମା ଆତଙ୍କି ହମ୍‌ଲା ହୋଇଥିଲା। ନିକଟରେ ଶ୍ରୀଲଙ୍କା ଆତଙ୍କବାଦୀ ହମ୍‌ଲାରେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଇଛି। ବାଂଲାଦେଶ ଓ ଆଫ୍‌ଗାନିସ୍ତାନରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ତେବେ ଏହା ସତ୍ତ୍ୱେ ମଧ୍ୟ ଗୋଟିଏ ଦେଶ ଆତଙ୍କବାଦୀଙ୍କୁ ସମର୍ଥନ କରି ଆସୁଛି। ଏହା ବନ୍ଦ ହେବା ଦରକାର।”

ସେହିପରି ଭାରତ ସର୍ବଦା ଆତଙ୍କବାଦ ବିରୋଧରେ ଲଢ଼େଇ କରିଆସୁଛି। ଆଗକୁ ମଧ୍ୟ ଲଢ଼େଇ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଲାଲ୍‌ କିଲ୍ଲାରେ ନିଜ ସ୍ଵାଧୀନତା ଦିବସ ଉଦ୍‌ବୋଧନରେ କହିଛନ୍ତି।

Comment