ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଧୁନିକତା ଆଡ଼କୁ ସମାଜ ଅଗ୍ରଗତି କରିଥିଲେ ମଧ୍ୟ ଆଜିବି କେଉଁଠି ନା କେଉଁଠି ଅନ୍ଧିବଶ୍ୱାସ ଲୋକଙ୍କ ମନରେ ଘର କରି ରହିଛି। ଯାହାର ଏକ ଉଦାହରଣ ଗଞ୍ଜାମ, କବିସୂର୍ଯ୍ୟନଗର ଗୁଡ଼ିଆଲି ଗାଁରେ ଦେଖିବାକୁ ମିଳିଛି।

ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବାର ୧୪ ଘଣ୍ଟା ପରେ ତାଙ୍କୁ ବଞ୍ଚାଇବାକୁ ପରିବାର ଲୋକେ ତାନ୍ତ୍ରିକର ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ଏହି ଖବର ପାଇ ଗ୍ରାମବାସୀ ଏହାର ବିରୋଧ କରିଥିଲେ। ଗାଁ ଲୋକଙ୍କ ବିରୋଧ ପରେ ଗୁଣିଆ ଶଶ୍ମାନ ଛାଡ଼ି ଫେରାର ହୋଇଛି।

ଗୁରୁବାର ରାତି ୮ଟାରେ କେନ୍ଦୁ ପାଟଣା ସାହିର କୃଷ୍ଣଚନ୍ଦ୍ର ଜେନା ନାମକ ଜଣେ ଅଟୋ ଡ୍ରାଇଭରଙ୍କ ପେଟରେ ଯନ୍ତ୍ରଣା ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରାତି ୧୧ଟାରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ୍ୟୁ ଖବର ସତ ନୁ‌ହେଁ ବୋଲି ତାଙ୍କ ଶ୍ୱଶୂରଘର ଲୋକ କହିଥିଲେ। ତାଙ୍କୁ କେହି ଗୁଣିଆ କରି ମାରିଦେଇଥିବା ଅଭିଯୋଗ କରି ତାଙ୍କ ଗାଁ ନିକଟରୁ ଏକ ଯୁବ ତାନ୍ତ୍ରିକକୁ ଡାକିଆଣି ଗୁଡିଆଳି ଗାଁ ଶ୍ମଶାନରେ ପହଞ୍ଚିଥିଲେ। ତାନ୍ତ୍ରିକ ଜଣକ ଶ୍ମଶାନରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପୂଜାପାଠ କରିଥିଲେ ମଧ୍ୟ ମୃତକ ଆଉ ଉଠିନଥିଲେ।

ଏହାଦେଖି ଗ୍ରମାବାସୀ ଗୁଣିଆକୁ ସନ୍ଦେହରେ ଘେରିଥିଲେ। ତାନ୍ତ୍ରିକକୁ ଗ୍ରାମବାସୀ ନାଁ ଓ ଗାଁ ପଚାରିବା ସହ ମାଡ଼ ମାରିଥିଲେ। ହେଲେ ଗୁଣିଆ ଜଣକ ସେଠାରୁ ଚତୁରତାର ସହ ଖସିଯିବାରେ ସକ୍ଷମ ହୋଇଥିଲା। ଏହାପରେ ଶବ ସଂସ୍କାର ହୋଇଥିଲା।

Comment