ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ବର୍ତ୍ତମାନ ବର୍ଷାର ପରିମାଣ କମିବାରୁ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଶନିବାର ରାଜ୍ୟର ୧୪ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

ରାଜ୍ୟର ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ନୟାଗଡ଼, କୋରାପୁଟ ଓ ମାଳକାନଗିରି ଜିଲ୍ଲାରେ ବର୍ଷା ହେବାର ଆଶଙ୍କା କରାଯାଉଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଲାଟେଷ୍ଟ ବୁଲେଟିନ୍‌ରେ ଏନେଇ ସୂଚନା ଦିଆଯାଇଛି। ଏହି ସବୁ ଜିଲ୍ଲାଗଡ଼ିକରେ ସନ୍ଧ୍ୟା ୭.୩୦ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।

Comment