ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଠାକୁରମୁଣ୍ଡା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ଜେନା ଦେଖା ଦେଇଛି। ମୃତ ଛାତ୍ର ଜଣକ ହେଲେ ବାଘମୁଣ୍ଡା ଗାଁର ଘନଶ୍ୟାମ ବୁଲିଓଲିଙ୍କ ୧୬ ବର୍ଷର ପୁଅ ସାଦ ବୁଲିଓଲି।

ଶନିବାର ଅପରାହ୍ଣ ୧ଟା ବେଳେ ଠାକୁରମୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟକୁ ଲାଗି ଥିବା ଖମଡ଼ିହା ଛକ ନିକଟରେ ଉକ୍ତ ଛାତ୍ର ଗାଈ ଚରାଉ ଥିଲା। ତେବେ ନିକଟରେ ତଳକୁ ଝୁଲି ରହିଥିବା ୧୧କେ.ଭି ବିଦ୍ୟୁତ ତାର ପିଲାର ଦେହରେ ଲାଗିଯାଇଥିଲା। ତେବେ ଘଟଣାସ୍ଥଳରେ ଉକ୍ତ ଛାତ୍ରର ମୃତ୍ୟୁ ଘଟିଛି।

ଏହି ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। କ୍ଷତିପୂରଣ ଦାବୀରେ ଉତ୍ତେଜିତ ଲୋକେ ଟାୟାର ଜାଳି ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାୟକ ବୁଝାସୁଝା କରିବା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ।

ଜନବସତି ଅଂଚଳରେ ବିଦ୍ୟୁତ ତାର ଖୁଣ୍ଟରୁ ଦୀର୍ଘଦିନ ଧରି ତଳକୁ ଝୁଲି ରହିଥିଲା। ଏନେଇ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା। ବିଦ୍ୟୁତ ବିଭାଗର ଏହି ଅବ୍ୟବସ୍ଥା ପାଇଁ ଦୁର୍ଘଟଣା ଘଟିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏନେଇ ଠାକୁରମୁଣ୍ଡା ପୋଲିସ ଘଟଣାର ତଦନ୍ତ କରୁଛି।

Comment