ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାରଠୁ ଦୁଇ ଦିନିଆଁ ଭୂଟାନ ଗସ୍ତ କରିଥିଲେ। ଏହି ଗସ୍ତରେ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ରବିବାର ମୋଦି ଭୂଟାନର ରୟାଲ ୟୁନିଭର୍ସିଟିରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଛାତ୍ରଛତ୍ରେୀଙ୍କୁ ପ୍ରେରିତ କରିବା ପାଇଁ ତାଙ୍କ ଅଭିଭାଷଣରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ।

‘‘ମୁଁ ଏଠାରେ ଭୂଟାନର ଭବିଷ୍ୟତ ପିଢ଼ି ସହ ଉପସ୍ଥିତ। ମୁଁ ଉତ୍ସାହ ଦେଖିପାରୁଛି, ଏବଂ ଉଦ୍ଦୀପନାକୁ ଅନୁଭବ କରିପାରୁଛି। ମୋର ବିଶ୍ୱାସ ଯେ ଏମାନେ ଏହି ମହାନ ରାଷ୍ଟ୍ର ଏବଂ ଏହାର ନାଗରିକମାନଙ୍କ ଭବିଷ୍ୟତ ଗଠନ କରିପାରିବେ। ଭୂଟାନର ଅତୀତ, ବର୍ତମାନ ଏବଂ ଭବିଷ୍ୟତକୁ ଦେଖିଲେ ଯାହା ସମାନ ଓ ସ୍ଥିର ରହିଛି ତାହା ହେଉଛି-ଗଭୀର ଆଧ୍ୟାତ୍ମିକତା ଏବଂ ଯୁବସୁଲଭ ଉତ୍ସାହ। ଏଗୁଡ଼ିକ ମଧ୍ୟ ଆମ ଦ୍ୱିପାକ୍ଷିକ ସମ୍ପର୍କର ଶକ୍ତି‘, କହିଥିଲେ ମୋଦି।

ଭୂଟାନର ବୈଜ୍ଞାନିକମାନେ ଭାରତ ଆସି ଭୂଟାନର ନିଜସ୍ୱ କ୍ଷୁଦ୍ର ଉପଗ୍ରହ ଡିଜାଇନ ଏବଂ ଉତକ୍ଷେପଣ ପାଇଁ କାମ କରିବେ

ବର୍ତମାନ ସମୟରେ, ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ, ଚନ୍ଦ୍ରାୟନ-୨ ଚନ୍ଦ୍ରମା ଅଭିମୁଖେ ଯାତ୍ରା କରୁଛି। ୨୦୨୨ ସୁଦ୍ଧା, ଏକ ଭାରତୀୟ ମହାକାଶ ଯାନରେ ଜଣେ ଭାରତୀୟଙ୍କୁ ଆମେ ମହାକାଶରେ ଦେଖିବାକୁ ଚାହୁଁଛୁ। ଏସବୁ ଭାରତର ନିଜସ୍ୱ ଉପଲବ୍ଧିର ଫଳ। ଆମ ପାଇଁ, ମହାକାଶ କାର୍ଯ୍ୟକ୍ରମ କେବଳ ଜାତୀୟ ଗୌରବର ପ୍ରସଙ୍ଗ ନୁହେଁ । ଏହା ଜାତୀୟ ବିକାଶ ଏବଂ ବୈଶ୍ୱିକ ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ପ୍ରଧାନମନ୍ତ୍ରୀ ସେରିଙ୍ଗ ଏବଂ ମୁଁ ଦକ୍ଷିଣ ଏସିଆ ଉପଗ୍ରହର ଥିମ୍ପୂ ଷ୍ଟେସନକୁ ଉଦଘାଟନ କରିବା ସହିତ ଆମର ମହକାଶ ସହଯୋଗକୁ ସମ୍ପ୍ରସାରିତ କରିଥିଲୁ। ଉପଗ୍ରହ ଜରିଆରେ, ଟେଲି ମେଡ଼ିସିନ, ଦୂରନିରନ୍ତର ଶିକ୍ଷା, ଉତ୍ସ ଠାବ କରିବା, ପାଣିପାଗ ପୂର୍ବାନୁମାନ ଏବଂ ଏପରିକି ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ଆଦିର ଲାଭ ଉପାନ୍ତ ଅଂଚଳରେ ପହଁଚିପାରିବ। ଏହା ମଧ୍ୟ ଅତି ଆନନ୍ଦର କଥା ଯେ ଯୁବ ଭୂଟାନୀୟ ବୈଜ୍ଞାନିକମାନେ ଭାରତ ଆସି ଭୂଟାନର ନିଜସ୍ୱ କ୍ଷୁଦ୍ର ଉପଗ୍ରହ ଡିଜାଇନ ଏବଂ ଉତକ୍ଷେପଣ ପାଇଁ କାର୍ଯ୍ୟ କରିବେ। ମୁଁ ଆଶା କରୁଛି ଖୁବଶୀଘ୍ର ଆପଣମାନେ ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଉଦ୍ଭାବକ ହୋଇପାରିବେ।

ବିଶ୍ୱର ସର୍ବବୃହତ ଷ୍ଟାର୍ଟଅପ ପରିସଂସ୍ଥାନ ଭାରତରେ ରହିଛି

ପୂର୍ବାପେକ୍ଷା ଭାରତ ଖୁବ ଦ୍ରୁତଗତିରେ ଦାରିଦ୍ର‌୍ୟ ଦୂର କରିଚାଲିଛି। ଗତ ପାଂଚ ବର୍ଷ ମଧ୍ୟରେ ଭିତିଭୂମି ନିର୍ମାଣର ଗତି ଖୁବ ଦ୍ରୁତ ହୋଇଛି। ପରବର୍ତୀ ପିଢ଼ିର ଭିତିଭୂମି ନିର୍ମାଣ ଲାଗି ଆମେ ୧୫ ବିଲିୟନ ଡଲାର ଖର୍ଚ୍ଚ କରିବା ଲାଗି ଲକ୍ଷ୍ୟ ରଖିଛୁ। ଭାରତରେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା, ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେଉଛି ଯାହା ୫୦୦ ମିଲିୟନ ଭାରତୀୟଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରୁଛି। ଭାରତରେ ବିଶ୍ୱର ସବୁଠୁ ଶସ୍ତା ଡାଟା ସଂଯୋଗ ସୁବିଧା ରହିଛି, ଯାହା ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ କୋଟି କୋଟି ଲୋକଙ୍କୁ ସଶକ୍ତ କରୁଛି। ବିଶ୍ୱର ସର୍ବବୃହତ ଷ୍ଟାର୍ଟଅପ ପରିସଂସ୍ଥାନ ଭାରତରେ ରହିଛି। ଭାରତରେ ନବୋନ୍ମେଷ ଲାଗି ଏହା ବାସ୍ତବରେ ସବୁଠୁ ଶ୍ରେଷ୍ଠ ସମୟ!

ନିଜର ଲକ୍ଷ୍ୟ ଧାର୍ଯ୍ୟ କର ଏବଂ ଏହାକୁ ପୂର୍ଣ୍ଣ ଉତ୍ସାହର ସହ ପୂରଣ କରିବା ଲାଗି ଅଗ୍ରସର ହୁଅ

ଆପଣମାନଙ୍କ ମଧ୍ୟରୁ ହିଁ ଭୂଟାନର ଭବିଷ୍ୟତ ନେତୃତ୍ୱ, ଉଦ୍ଭାବକ, ବ୍ୟବସାୟୀ, କ୍ରୀଡ଼ାବିତ, କଳାକାର ଓ ବୈଜ୍ଞାନିକମାନେ ଜନ୍ମ ନେବେ। କିଛିଦିନ ପୂର୍ବରୁ, ମୋର ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ଡ. ସେରିଙ୍ଗ ଏକ ଫେସବୁକ ପୋଷ୍ଟ ଲେଖିଥିଲେ ଯାହା ମୋର ହୃଦୟକୁ ଛୁଇଁଥିଲା। ସେହି ପୋଷ୍ଟରେ ସେ ଏକ୍ଜାମ ୱାରିଅର୍ସ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ବର୍ତମାନ ଜଣେ ଛାତ୍ର ମଧ୍ୟ ସେହି ପୁସ୍ତକ ବିଷୟରେ କହିଲେ। ଚାପମୁକ୍ତ ହୋଇ କିଭଳି ପରୀକ୍ଷା ଦେଇ ହେବ ତା’ ଉପରେ ଏକଜାମ ୱାରିଅର୍ସ ପୁସ୍ତକ ମୁଁ ଲେଖିଥିଲି। ସ୍କୁଲ ଓ କଲେଜ ତଥା ଜୀବନର ବୃହତ ଶ୍ରେଣୀଗୃହରେ ପ୍ରତ୍ୟେକଙ୍କୁ ପରୀକ୍ଷା ଦେବାକୁ ହୋଇଥାଏ। ମୁଁ ଆପଣମାନଙ୍କୁ କିଛି କହିପାରେ କି? ଏକଜାମ ୱାରିଅର୍ସରେ ମୁଁ ଲେଖିଥିବା ଅଧିକାଂଶ କଥା ଭଗବାନ ବୁଦ୍ଧଙ୍କ ଶିକ୍ଷା ଦ୍ୱାରା ପ୍ରଭାବିତ। ବିଶେଷ କରି ସକାରାତ୍ମକତାର ଗୁରୁତ୍ୱ, ଭୟ ଦୂର କରିବା ଏବଂ ଏକାନ୍ତରେ ରହିବା, ତାହା ବର୍ତମାନ ସ୍ଥିତିରେ ହେଉ କିମ୍ବା ପ୍ରକୃତି ମା’ ସହିତ ହେଉ। ଆପଣମାନେ ଏହି ମହାନ ଭୂମିରେ ଜନ୍ମ ନେଇଛନ୍ତି। ତେଣୁ, ଏସବୁ ଲକ୍ଷଣ ପ୍ରାକୃତିକ ଭାବେ ଆପଣଙ୍କ ନିକଟକୁ ଆସିବ ଏବଂ ଆପଣଙ୍କ ବ୍ୟକ୍ତିତ୍ୱକୁ ରୂପ ଦେବ। ଯୁବାବସ୍ଥାରେ ଏସବୁ ଲକ୍ଷଣର ସନ୍ଧାନ ମୋତେ ହିମାଳୟକୁ ଟାଣିନେଇଥିଲା। ଏହି ପବିତ୍ର ଭୂମି ସନ୍ତାନ ରୂପେ ଆପଣମାନେ ବୈଶ୍ୱିକ ସମସ୍ୟାର ସନ୍ଧାନ କରିବାରେ ସଫଳ ହେବେ ବୋଲି ମୋର ବିଶ୍ୱାସ। ହଁ, ଆମ ଆଗରେ ଆହ୍ୱାନ ରହିଛି। କିନ୍ତୁ ପ୍ରତ୍ୟେକ ଆହ୍ୱାନର ମୁକାବିଲା ଲାଗି ଅଭିନବ ସମାଧାନ ଖୋଜିବା ଲାଗି ଆମ ପାଖରେ ଯୁବ ମସ୍ତିଷ୍କ ରହିଛି।

କୌଣସି ସୀମା ଆପଣମାନଙ୍କୁ ବାନ୍ଧି ନରଖୁ। ମୁଁ ଆପଣମାନଙ୍କୁ ଗୋଟିଏ କଥା କହିବାକୁ ଚାହେଁ ଯେ ବର୍ତମାନ ଯୁବାବସ୍ଥାର ସବୁଠୁ ଉକ୍ରୃଷ୍ଟ ସମୟ! ବିଶ୍ୱ ଆଜି ପୂର୍ବାପେକ୍ଷା ସର୍ବାଧିକ ଅବସର ଆଣି ଦେଇଛି। ଆପଣମାନଙ୍କ ନିକଟରେ ଅସାଧାରଣ କାର୍ଯ୍ୟ କରିବାର ଶକ୍ତି ଓ ସମ୍ଭାବନା ରହିଛି, ଯାହା ପରବର୍ତୀ ପିଢ଼ିକୁ ପ୍ରଭାବିତ କରିବ।

ଜଳ-ବିଦ୍ୟୁତ ଏବଂ ଶକ୍ତି କ୍ଷେତ୍ରରେ ଭାରତ-ଭୂଟାନ ସହଯୋଗ ଉଲ୍ଲେଖନୀୟ। ତେବେ ଏହି ସମ୍ପର୍କର ବାସ୍ତବ ଶକ୍ତି ଓ ଇନ୍ଧନର ଉତ୍ସ ହେଉଛନ୍ତି ଆମ ଲୋକମାନେ। ତେଣୁ, ଲୋକମାନେ ହିଁ ପ୍ରଥମ ଏବଂ ଏହି ସମ୍ପର୍କର କେନ୍ଦ୍ରରେ ଲୋକମାନେ ହିଁ ରହିବେ। ଏହି ଭାବନା ସ୍ପଷ୍ଟ ଭାବେ ଏହି ଗସ୍ତରେ ଦେଖିବାକୁ ମିଳୁଛି। ପାରମ୍ପରିକ କ୍ଷେତ୍ରରେ ସହଯୋଗ ଠାରୁ ଊଦ୍ଧ୍ୱର୍କୁ ଯାଇ ଆମେ ନୂତନ ଦିଗରେ ବିସ୍ତୃତ ସହଯୋଗର ସନ୍ଧାନ କରୁଛୁ। ଏହା ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାକାଶ ପର୍ଯ୍ୟନ୍ତ, ଡିଜିଟାଲ ପଇଠ ଠାରୁ ଆରମ୍ଭ କରି ବିପର୍ଯ୍ୟୟ ପରିଚାଳନା ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏସବୁ କ୍ଷେତ୍ରରେ ଆମର ସହଯୋଗ ଆପଣଙ୍କ ଭଳି ଯୁବବନ୍ଧୁମାନଙ୍କୁ ସିଧାସଳଖ ପ୍ରଭାବିତ କରିବ। ମୁଁ ଏଠାରେ କିଛି ଉଦାହରଣ ଦେଉଛି, ବର୍ତମାନ ସମୟରେ ବିଦ୍ୟାର୍ଥୀ ଓ ଗବେଷକମାନଙ୍କୁ ସୀମାତୀତ ଭାବେ ଯୋଡ଼ିବା ଜରୁରି ହୋଇପଡ଼ିଛି। ଯାହାଫଳରେ ଆମ ବିଦ୍ୟାର୍ଥୀମାନଙ୍କ ସୃଜନଶୀଳତା ଏବଂ ପ୍ରତିଭା ବିଶ୍ୱର ଶ୍ରେଷ୍ଠ ସହ ତୁଳନୀୟ ହୋଇପାରିବ। ଭାରତର ଜାତୀୟ ନଲେଜ ନେଟୱାର୍କ ଏବଂ ଭୂଟାନର ଡ୍ରୁଙ୍କରେନ ମଧ୍ୟରେ ସହଯୋଗ, ଯାହା ଗତକାଲି ବାସ୍ତବ ରୂପ ନେଇଛି, ଏହି ଉଦ୍ଦେଶ୍ୟ ସାଧିତ କରିପାରିବ। ଏହା ଆମର ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ପାଠାଗାର, ସ୍ୱାସ୍ଥ୍ୟସେବା ଏବଂ କୃଷି ସଂସ୍ଥାନଗୁଡ଼ିକ ମଧ୍ୟରେ ନିରାପତା ଓ ଦ୍ରୁତ ସଂଯୋଗ ପ୍ରତିଷ୍ଠା କରିବ। ଏହି ସୁବିଧାର ପୂର୍ଣ୍ଣ ଉପଯୋଗ ଲାଗି ମୁଁ ଆପଣମାନଙ୍କୁ ଆହ୍ୱାନ କରୁଛି।

ଭାରତ, ଭୂଟାନର ସଂପର୍କ ବହୁ ପୁରୁଣା

ଶହ ଶହ ବର୍ଷ ଧରି ଶିକ୍ଷା ଏବଂ ଅଧ୍ୟୟନ ଭାରତ ଏବଂ ଭୂଟାନ ମଧ୍ୟରେ ସମ୍ପର୍କର କେନ୍ଦ୍ରରେ ରହିଆସିଛି। ପ୍ରାଚୀନ ସମୟରେ ବୌଦ୍ଧ ପ୍ରବଚକ ଏବଂ ବିଦ୍ୱାନମାନେ ଆମ ଲୋକମାନଙ୍କ ମଧ୍ୟରେ ଶିକ୍ଷାର ସେତୁ ପ୍ରତିଷ୍ଠା କରିଥିଲେ। ଏହ ଏକ ଅମୂଲ୍ୟ ପରମ୍ପରା, ଯାହାକୁ ଆମେ ସଂରକ୍ଷିତ ଏବଂ ପ୍ରୋତ୍ସାହିତ କରି ରଖିବାକୁ ଚାହୁଁଛୁ। ତେଣୁ, ନାଳନ୍ଦା ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନକୁ ବୌଦ୍ଧଧର୍ମର ଅଧିକରୁ ଅଧିକ ଛାତ୍ର ଆସନ୍ତୁ ବୋଲି ମୁଁ ଚାହୁଁଛି। ବୁଦ୍ଧ ପରମ୍ପରା ଶିକ୍ଷାଦାନର ଏହି ବିଶ୍ୱସ୍ତରୀୟ ଐତିହାସିକ ବିଶ୍ୱବିଦ୍ୟାଳୟ ୧୫ଶହ ବର୍ଷ ପୂର୍ବେ ଯେଉଁଠି ଥିଲା ଆଜି ସେଠାରେ ପୁନର୍ଜନ୍ମ ଲାଭ କରିଛି। ଆମ ଭିତରେ ଶିକ୍ଷାର ଏହି ସମ୍ପର୍କ ପ୍ରାଚୀନ ଏବଂ ଆଧୁନିକ ମଧ୍ୟ। ବିଂଶ ଶତାବ୍ଦୀରେ ବହୁ ସଂଖ୍ୟକ ଭାରତୀୟ ଶିକ୍ଷକ ଭାବେ ଭୂଟାନ ଆସିଥିଲେ। ପୁରୁଣା ପିଢ଼ିର ଅଧିକାଂଶ ଭୂଟାନ ନାଗରିକ ସେମାନଙ୍କ ପାଠପଢ଼ା ସମୟରେ ନିଶ୍ଚିତ ଭାବେ କେହି ଜଣେ ଭାରତୀୟ ଶିକ୍ଷକଙ୍କ ସଂସ୍ପର୍ଶରେ ଆସିଥିବେ। ଏହି ଉଦାର ଏବଂ ଦୟାଳୁ ଭାବନା ପାଇଁ ଆମେ କୃତଜ୍ଞ। ବନ୍ଧୁଗଣ, ବର୍ତମାନ ୪ହଜାରରୁ ଊଦ୍ଧ୍ୱର୍ ଭୂଟାନ ଛାତ୍ରଛାତ୍ରୀ ଭାରତରେ ଅଧ୍ୟୟନ କରୁଛନ୍ତି। ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରିବ। ଆମେ ଆମ ଦେଶର ବିକାଶ ଦିଗରେ ଅଗ୍ରସର ହେଉଛୁ, ତେଣୁ ଆମକୁ ସର୍ବଦା ପରିବର୍ତିତ ପ୍ରଯୁକ୍ତି କ୍ଷେତ୍ର ସହିତ ତାଳ ଦେଇ ଚାଲିବାକୁ ହେବ। ତେଣୁ, ପ୍ରଯୁକ୍ତି ଏବଂ ଶିକ୍ଷାର ସମସ୍ତ କ୍ଷେତ୍ରରେ ଆମ ଭାଗୀଦାରୀର ଆବଶ୍ୟକତା ରହିଛି। ମୁଁ ଆନନ୍ଦିତ ଯେ ଗତକାଲି ଆମେ ଭାରତର ଶୀର୍ଷ ଶିକ୍ଷାନୁଷ୍ଠାନ ଆଇଆଇଟି ଏବଂ ଏହି ବିଶ୍ୱବିଦ୍ୟାଳୟ ମଧ୍ୟରେ ସମ୍ପର୍କର ନୂତନ ଅଧ୍ୟାୟ ଆରମ୍ଭ କଲୁ। ଆମର ଆଶା ଯେ ଏହା ଅଧିକ ସହଯୋଗୀ ଅଧ୍ୟୟନ ଓ ଗବେଷଣା ଦିଗରେ ଆଗେଇନେବ। ବନ୍ଧୁଗଣ, ବିଶ୍ୱର ଯେକୌଣସି ଭାଗରେ, ଯଦି କେହି ଜଣେ ପ୍ରଶ୍ନ କରେ ଯେ ଭୂଟାନର କେଉଁ ଦିଗ ସହିତ ଆପଣ ଯୋଡ଼ିହେବାକୁ ଚାହିଁବେ, ଉତର ହେବ ସକଳ ଜାତୀୟ ସୁଖ ସୂଚକାଙ୍କ ସହ। ମୁଁ ଏଥିରେ ଆଦୌ ଚକିତ ନୁହେଁ। ଭୂଟାନ ଆନନ୍ଦର ମୂଲ୍ୟ ବୁଝିଛି। ଶାନ୍ତି, ଏକତା ଏବଂ କରୁଣା ଭାବକୁ ଭୂଟାନ ବୁଝିପାରିଛି। ଏହି ଭାବନା ଏଠାରେ ପ୍ରିୟ ଶିଶୁଙ୍କ ଠାରେ ମଧ୍ୟ ରହିଛି, ଯେଉଁମାନେ ଗତକାଲି ରାସ୍ତା କଡ଼ରେ ମୋତେ ସ୍ୱାଗତ କରିବା ଲାଗି ଧାଡ଼ିବାନ୍ଧି ଛିଡ଼ା ହୋଇଥିଲେ। ମୁଁ ସବୁବେଳେ ଏହି ସ୍ମିତହାସ୍ୟଗୁଡ଼ିକୁ ମନେ ରଖିବି। ବନ୍ଧୁଗଣ, ସ୍ୱାମୀ ବିବେକାନନ୍ଦ କହିଥିଲେ, “ପ୍ରତ୍ୟେକ ରାଷ୍ଟ୍ର ନିକଟରେ ବାଂଟିବା ଲାଗି ଏକ ବାର୍ତା ରହିଛି, ପୂରଣ କରିବାର ଏକ ଲକ୍ଷ୍ୟ, ଏକ ଭାଗ୍ୟ ରହିଛି”  ମାନବଜାତି ପ୍ରତି ଭୂଟାନର ବାର୍ତା ହେଉଛି ଆନନ୍ଦ । ଆନନ୍ଦ ଯାହା ଏକତାରୁ ଆସିଥାଏ । ବିଶ୍ୱ ଏଥିରୁ ଅଧିକ ଆନନ୍ଦ ଲାଭ କରିପାରିବ। ଏପରି ଏକ ଆନନ୍ଦ, ଯାହା ମନରୁ ଘୃଣା ଦୂର କରିଦେବ। ଲୋକମାନେ ଆନନ୍ଦରେ ରହିଲେ, ପାରସ୍ପରିକ ସୌହାର୍ଦ୍ଦ୍ୟ ରହିବ, ସୌହାର୍ଦ୍ଦ୍ୟ ରହିଲେ, ଶାନ୍ତି ପ୍ରତିଷ୍ଠା ହେବ। ଏହି ଶାନ୍ତି ହିଁ ସମାଜକୁ ସ୍ଥାୟୀ ବିକାଶ ଜରିଆରେ ପ୍ରଗତି ହାସଲ କରିବାରେ ସହାୟକ ହେବ। ଏପରି ଏକ ସମୟରେ ଯେତେବେଳେ ପରମ୍ପରା ଓ ପରିବେଶକୁ ନଷ୍ଟ କରି ବିକାଶ ଉପରେ ଗୁରୁତ୍ୱରୋପ କରାଯାଉଛି, ସାରା ବିଶ୍ୱ ଭୂଟାନ ଠାରୁ ଅନେକ କିଛି ଶିକ୍ଷାଲାଭ କରିପାରିବ। ଏଠାରେ ବିକାଶ, ପରିବେଶ ଏବଂ ସଂସ୍କୃତି ମଧ୍ୟରେ ସଂଘର୍ଷ ନୁହେଁ ସହାବସ୍ଥାନ ଦେଖିବାକୁ ମିଳୁଛି।

Comment