ଓଡ଼ିଶାଲାଇଭ ବ୍ୟୁରୋ

ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ)ର ଅଧ୍ୟକ୍ଷ ରାଜ ଠାକରେଙ୍କୁ ଆଇଏଲ ଓ ଏଫଏସ ମାମଲାରେ ପଚରାଉଚରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନୋଟିସ କରିଥିଲା। ଏନେଇ ଗୁରୁବାର ରାଜ ଠାକରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେଠାରେ ଏମଏନଏସ କର୍ମକର୍ତ୍ତାମାନେ ଯେପରି କୌଣସି ଗଣ୍ଡଗୋଳ ନକରନ୍ତି ସେଥିପାଇଁ ପୋଲିସ ପ୍ରସ୍ତୁତ ହୋଇ ରହିଛି। ଏହାସହ ଇଡି କାର୍ଯ୍ୟାଳୟ ବାହାରେ ୧୪୪ ଧାରା ଲାଗୁ କରାଯାଇଛି।

ଏହି ମାମଲାର ଜେରା ସମୟରେ ଯେପରି କୌଣସି ଗଣ୍ଡଗୋଳ ନହୁଏ। ସେଥିପାଇଁ ପୋଲିସ ଏସଏନଏସ କର୍ମକର୍ତ୍ତାଙ୍କୁ ନୋଟିସ କରିଛନ୍ତି। ନୋଟିସରେ ଉଲ୍ଲେଖ ଅଛି ଯେ, ଜେରା ସମୟରେ ଆଇନ ଉଲ୍ଲଘଂନ କଲେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ଗୁରୁବାର ସକାଳେ ଏମଏନଏସ ନେତା ସନ୍ଦିପ ଦେଶପାଣ୍ଡେଙ୍କୁ ଗିରଫ କରାଯାଇଛି।

କୋହିନୂର ସିଟିଏନଏଲ ଇନଫାଷ୍ଟ୍ରକ୍ଟର କମ୍ପାନିରେ ଆଇଏଲ ଓ ଏଫଏସ ଦ୍ଵାରା ୪୫୦ କୋଟି ଟଙ୍କାର ହେରଫେର ମାମଲାରେ ପଚରାଉଚରା କରିବାକୁ ରାଜ ଠାକରେଙ୍କୁ ଇଡି ନୋଟିସ କରିଥିଲା।

Comment