ଓଡ଼ିଶାଲାଇଭ ବ୍ୟୁରୋ

ମାଲକାନଗିରିରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଛି ଜିଲ୍ଲା। ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନର ପୋଲ ଉପରେ ୩ରୁ୪ ଫୁଟ ପାଣି ଚାଲୁଛି। ଏହାଯୋଗୁଁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି।

ବୁଧବାର ରାତିରୁ ପ୍ରବଳ ବର୍ଷା ଯୋଗୁଁ କଙ୍କରାକୋଣ୍ଡା ଓ ଏମଭି ୩୭ ପୋଲ ଉପରେ ୫ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ମାଲକାନଗିରିରୁ କାଲିମେଳା ଓ ବାଲିମେଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲର ଦୁଇ ପଟରେ ଅନେକ ଗାଡ଼ି ଅଟକି ରହିଛି। ଯାହାଫଳରେ ସାଧାରଣ ଲୋକ ପ୍ରଭାବିତ ହେଉଛନ୍ତି।

ଗତ କିଛିଦିନ ତଳେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ଗ୍ରାମ ଜଳବନ୍ଦୀ ହୋଇ ରହିଥିଲା। ପରେ ବର୍ଷା କମିବା ଯୋଗୁଁ ବନ୍ୟା ପରିସ୍ଥିତି କମିଯାଇଥିଲା।

Comment