ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ରାଜ୍ୟର ସମସ୍ତ କଲେଜରୁ +୨ ଓ +୩କୁ ଅଲଗା କରାଯିବ। ଆଜି ସଚିବାଳୟରେ ଶିକ୍ଷାବିଭାଗର ଏକ ମିଳିତି ବୈଠକରେ ଏଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ଶେଷ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

ଏନେଇ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, “ବୈଠକରେ କଲେଜ ଗୁଡ଼ିକରୁ +୨ ଓ +୩କୁ ଅଲଗା କରାଯିବାର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। +୩ରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ରହିବେ। +୨ କଲେଜ ପାଇଁ ନୂଆ ନିଯୁକ୍ତି କରାଯିବ। ବର୍ତ୍ତମାନ ଯେମିତି ଚାଲିଛି ସେମିତି ଚାଲିବ। ପରେ ଏହାର ନିଯୁକ୍ତି ପ୍ରକ୍ରିୟା ୩ରୁ ୪ ବର୍ଷ ମଧ୍ୟରେ ଶେଷ ହେବା ପରେ କାର୍ଯ୍ୟକାରୀ ହେବ।”

ଆଜି ସଚିବାଳୟରେ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗର ମିଳିତ ବୈଠକ ବସିଥିଲା। ଏହି ବୈଠକରେ ଉଭୟ ବିଭାଗର ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Comment