ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରୀନ ଟି ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ। ଏକଥା ସମସ୍ତେ ଜାଣନ୍ତି। ଏହା ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଓଜନ କମାଇବାରେ ସହାୟକ ହୋଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଅନେକ ଫାଇଦା ଦେଇଥାଏ।
ହେଲେ ଗ୍ରୀନ ଟି ପିଇବା ସମୟରେ ଓ ପ୍ରସ୍ତୁତ କରିବା ସମୟରେ କିଛି ସାବଧାନତା ଅବଲମ୍ବନ କରିବା ଜରୁରୀ।
କିଛି ଲୋକ ଗ୍ରୀନ ଟି ପିଇବା ଭଲ ବୋଲି ଭାବି ଦିନ ସାରା ଏହାକୁ ପିଇଥାନ୍ତି। ହେଲେ ଏମିତି କରିବା ଦ୍ୱାରା ହାନି ପହଞ୍ଚିଥାଏ। ବାନ୍ତି ହେବା, ଗ୍ୟାସ ସମସ୍ୟା ଆଦି ଦେଖାଯାଇଥାଏ।
ପ୍ରସ୍ତୁତ କଲାବେଳେ କରନ୍ତୁ ନାହିଁ ଏହି ଭୁଲ
ଗ୍ରୀନ ଟି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପାଣି ଗରମ କରନ୍ତୁ। ଏହାପରେ ପାଣିକୁ ଟିକେ ଥଣ୍ଡା କରନ୍ତୁ। ଏହାପରେ ଟି ବ୍ୟାଗକୁ ଏଥିରେ ରଖି ତା’ପରେ ୨/୩ ମିନିଟ୍ ଏହାକୁ ଘୋଡ଼ାଇ ରଖନ୍ତୁ। ତା’ ପରେ ପିଅନ୍ତୁ। ଖାଲିପେଟରେ କେବେ ହେଲେ ପିଅନ୍ତୁ ନାହିଁ। ଖାଦ୍ୟ ଖାଇବାର କିଛି ସମୟ ବ୍ୟବଧାନରେ ପିଅନ୍ତୁ।