ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ୟସ୍ତବହୁଳ ଜୀବନଶୈଳୀରେ ନିଦ ପୂରା ନ ହେବା, ପାଣି କମ୍ ପିଇବା, ହରମୋନରେ ପରିବର୍ତ୍ତନ ଭଳି ସମସ୍ୟା ଯୋଗୁଁ ଲୋକମାନଙ୍କର ଆଖିତଳେ କଳାଦାଗ ଦେଖାଯାଇଥାଏ। ଅନେକ ଲୋକ ସେଥିରୁ ରକ୍ଷା ପାଇବା ଲାଗି ଦାମୀ କ୍ରିମ୍ ବ୍ୟବହାର କରିଥାନ୍ତି। ହେଲେ ଗ୍ରୀନ୍ ଟି ବ୍ୟବହାର କରି ମଧ୍ୟ ଆପଣ ସେହି ସମସ୍ୟାକୁ ଦୂର କରିପାରିବେ।

-ଗ୍ରୀନ୍ ଟି ବ୍ୟାଗକୁ ୩-୪ ମିନିଟ୍ ପାଣିରେ ବୁଡ଼ାଇ ରଖନ୍ତୁ। ତାହା ଭଲ ଭାବେ ଭିଜିଗଲା ପରେ ତାକୁ ଆଖି ଉପରେ ୧୦ ମିନିଟ୍ ଧରି ରଖନ୍ତୁ। ନିୟମିତ ଭାବେ ଏପରି କଲେ ସୁଫଳ ମିଳିବ।

-ଏହି ଟି ବ୍ୟାଗକୁ ଆପଣ ଫ୍ରିଜରରେ ରଖନ୍ତୁ। ୪-୫ ଘଣ୍ଟା ପରେ ତାକୁ ବାହାର କରି ଆଖି ଉପରେ ରଖିଲେ ଧିରେ ଧିରେ କଳାଦାଗ ସମସ୍ୟା ଦୂର ହେବ।

-ଗ୍ରୀନ୍ ଟିକୁ ପାଣିରେ ଫୁଟାନ୍ତୁ। ଏହାପରେ ପାଣିକୁ ଥଣ୍ଡା କରି ସେଥିରେ ତୁଳା ଭିଜାଇ ତାକୁ ଆଖି ଉପରେ ରଖନ୍ତୁ।

Comment