ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋବାଇଲକମ୍ପୁଟରର ଅତ୍ୟଧିକ ବ୍ୟବହାର  ଯୋଗୁଁ ଆଖିର ଦୃଷ୍ଟି ଶକ୍ତି ସମସ୍ୟା ବହୁଳ ଭାବରେ ଦେଖାଯାଉଛି। କିଛି ଘରୋଇ ଉପଚାର ଦ୍ଵାରା ଆଖିର ଦୃଷ୍ଟିଶକ୍ତି ବଢ଼ିପାରିବ 

ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ

ସଜନା ଶାଗ

ବାଡ଼ି ବଗିଚାରେ ମିଳୁଥିବା ସଜନା ଶାଗ ଶରୀର ପାଇଁ ବେଶ୍‌ ଉପକାରୀ। ଆଖିର ଦୃଷ୍ଟିଶକ୍ତି ବଢ଼ାଇବା ପାଇଁ ବେଶ୍‌ ସହାୟକ ହୋଇଥାଏ ସଜନା ଶାଗ। ଶାଗରେ ପ୍ରଚୁର ପରିମାଣରେ ଆଇରନ ଥିବାରୁ ଆଖି ପାଇଁ ଏହା ଉପକାରୀ।

ଗାଜର

ଗାଜରରେ ଭିଟାମିନ-ଏ ଥାଏ। ଏଣୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ବା ଜୁସ୍ ପିଇବା ଦ୍ୱାରା ଦୃଷ୍ଟିଶକ୍ତି ବଢ଼େ।
ଦେଶୀ ଘିଅ

ଆଖି ପାଇଁ ଦେଶୀ ଘିଅ ଖୁବ ଉପଯୋଗୀ। କାନ ପଟିରେ ଦେଶୀ ଘିଅ ହାଲକା ଭାବେ ହାତରେ ପ୍ରତିଦିନ ୫-୧୦ ମିନିଟ ମସାଜ କଲେ ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ।
ବାଦାମ 

ପ୍ରତିଦିନ ରାତିରେ ୬-୭ଟି ବାଦାମ ପାଣିରେ ଭିଜାଇ ରଖନ୍ତୁ। ଏହାକୁ ସକାଳେ ଚୋପା ଛଡ଼େଇ ଖାଇଲେ ଆଖି ପାଇଁ ଭଲ।
ଜିରା

ଜିରା ଓ ମିଶ୍ରୀକୁ ସମାନ ମାତ୍ରାରେ ଗୁଣ୍ଡ କରି ପ୍ରତିଦିନ ଏକ ଚାମଚ ଘିଅ ସହ ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢ଼ଥାଏ

ସୋରିଷ ତେଲ

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତଳି ପାଦରେ ସୋରିଷ ତେଲ ମାଲିସ କଲେ ଭଲ। ଏହା ମଧ୍ୟ ଆଖିର ଦୃଷ୍ଟି ଶକ୍ତି ବଢ଼ାଇବାରେ ସାହାଯ୍ୟ କରିବ।

ଗୋଲ ମରିଚ

ଗୋଲ ମରିଚ ଗୁଣ୍ଡ, ଘିଅ ଓ ମିଶ୍ରିକୁ ଏକତ୍ର ମିଶାଇ ପ୍ରତିଦିନ ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ।

ଗ୍ରୀନ ଟି

ପ୍ରତିଦିନ ଦିନ ଭିତରେ ୨ରୁ ୩ କପ ଗ୍ରୀନ ଟି ପିଇଲେ ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ ଆଖିକୁ ସୁସ୍ଥ ରଖେ।

Comment