ଓଡ଼ିଶାଲାଇଭ୍‌ ବ୍ୟୁରୋNetaji Subash Chandra Bose

ନେତାଜୀ ସୁଭାଷ ବୋଷଙ୍କ ଚିତାଭସ୍ମର ଡିଏନ୍‌ଏ ପରୀକ୍ଷା କରିବାକୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି ଲେଖିଛନ୍ତି ତାଙ୍କ ଝିଅ ଅନୀତା ବୋଷ।

ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁକୁ ବହୁ ବର୍ଷ ବିତିଲାଣି। ଏବେ ମଧ୍ୟ ନେତାଜୀଙ୍କ ମୃତ୍ୟୁକୁ ନେଇ ବିବାଦ ଲାଗି ରହିଛି। ଏହାର ଅନ୍ତ ଘଟୁନାହିଁ। ଏବେ ପୁଣି ନେତାଜୀଙ୍କୁ ନେଇ ଆଉ ଏକ ଖବର ଆସୁଛି। ନେତାଜୀଙ୍କ ଝିଅ ଅନୀତା ବୋଷ ଜାପାନର ରେଙ୍କୋଜି ମନ୍ଦିରରେ ରହିଥିବା ନେତାଜୀଙ୍କ ଚିତାଭସ୍ମର ଡିଏନଏ ପରୀକ୍ଷା କରିବା ଲାଗି ପ୍ରଧାମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।

୧୯୪୫ ଅଗଷ୍ଟ ୧୮ରେ ତାଙ୍କ ପିତାଙ୍କ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୁହାଯାଉଛି। ତେବେ ଏହା ପ୍ରମାଣିତ ନ ହେବା ଯାଏ ଏହାକୁ ସେ ଗ୍ରହଣ କରିପାରିବେ ନାହିଁ। ଡିଏନଏ ପରୀକ୍ଷା ଦ୍ୱାରା ଏହି ଚିତାଭସ୍ମ ନେତାଜୀଙ୍କର ନା’ ଅନ୍ୟ କାହାର ତାହା ଜଣାପଡ଼ିବ ବୋଲି ଚିଠିରେ ଲେଖିଛନ୍ତି ଅନୀତା।

ଅନ୍ୟପକ୍ଷରେ ନେତାଜୀଙ୍କ ସମ୍ପର୍କରେ ଜାପାନ ସରକାରଙ୍କ ପାଖରେ ଯଦି କିଛି ଦସ୍ତାବିଜ ଥାଏ ତେବେ ଏହାକୁ ସାର୍ବାଜନୀନ କରାଯାଉ ବୋଲି ସେ କହିଛନ୍ତି। ଗତ ଅଗଷ୍ଟ ୧୮ରେ କେନ୍ଦ୍ର ସରକାର ପ୍ରେସ ଇନଫରମେସନ ବ୍ୟୁରୋ (ପିଆଇବି) ନେତାଜୀଙ୍କ ମୃତ୍ୟୁ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜଣାଇଥିଲା। ଏହି ଶ୍ରଦ୍ଧାଞ୍ଜଳିକୁ ନେଇ ବିବାଦ ଦେଖାଯାଇଥିଲା। ନେତାଜୀଙ୍କ ପରିବାର ଏହାକୁ ବିରୋଧ କରିଥିଲେ।

Comment