ଓଡ଼ିଶାଲାଇଭ୍ ବ୍ୟୁରୋ

ଛୋଟ ପିଲାମାନଙ୍କର ପେଟ ଅଳ୍ପରେ ପୂରି ଯାଇଥାଏ। ତେଣୁ ସେମାନେ ଅଧିକ ଖାଇପାରନ୍ତି ନାହିଁ। ମା’ ମାନେ କିନ୍ତୁ ତାଙ୍କର ମନ ବୁଝିବା ଯାଏଏଁ ସେମାନଙ୍କୁ ଖାଦ୍ୟ ଖୁଆଇବାକୁ ଉଦ୍ୟମ କରନ୍ତି। ସେମାନେ ପିଲାକୁ ଖୁଆଇବାକୁ ବାଲକୋନି, ସିଡି, ଘର ସାମ୍ନାରେ ଥିବା ଚଟାଣ, ପାଖରେ ରଖାଯାଇଥିବା ସ୍କୁଟି ବା ବାଇକ୍ ପାଖକୁ ବି ପଳାଇ ଆସନ୍ତି। ପିଲାକୁ ବୁଲାଇ ବୁଲାଇ ଏବଂ ଲୋକମାନଙ୍କୁ ଦେଖାଇ ଖୁଆଇବାକୁ ଉଦ୍ୟମ କରନ୍ତି। ତେବେ ଡାକ୍ତରମାନଙ୍କ ଅନୁସାରେ ଏପରି କରିବା ଅନୁଚିତ୍।

’ଣ ଖୁଆଇବେ
୪ ମାସର ହେବା ପରଠାରୁ ଶିଶୁକୁ ମା’ କ୍ଷୀର ବ୍ୟତୀତ ସେଓକୁ ଚକଟି ଦେବା, କଦଳୀକୁ ଚକଟି ଦେବା ଏବଂ ଘରେ ତିଆରି ହୋଇଥିବା ଜୁସ୍‌ରୁ ୩-୪ ଚାମଚ ଦେବା ଅଭ୍ୟାସ କରନ୍ତୁ। ଏହାକୁ ଆପଣ ଦ୍ୱିପ୍ରହରରେ ଖୁଆନ୍ତୁ ଯାହାଦ୍ୱାରା ଖାଦ୍ୟ ତାର ହଜମ ହେବ। ତେବେ ପିଲା ନ ଖାଇଲେ ତାକୁ ଆଉ ଖୁଆନ୍ତୁ ନାହିଁ। ଛଅ ମାସର ପିଲାକୁ ବି ଖାଦ୍ୟ ଦେବା ସମୟରେ ଅଳ୍ପ ଅଳ୍ପ କରି ଖୁଆନ୍ତୁ। ତେବେ ଯେତେବେଳେ ପିଲା ଖାଦ୍ୟକୁ ପାଟିରୁ ବାହାର କରିଦେବ ସେତେବେଳେ ଆଉ ଖୁଆନ୍ତୁ ନାହିଁ। କାରଣ ଓଭରଇଟିଙ୍ଗ୍ ଯୋଗୁ ପିଲା ମୋଟା ହେବାର ବି ଆଶଙ୍କା ଥାଏ।

ଏହି କଥା ପ୍ରତି ଧ୍ୟାନ ରଖନ୍ତୁ
ପିଲାକୁ କେବେହେଲେ ସମସ୍ତଙ୍କଠାରୁ ଆଗରେ କିମ୍ବା ସମସ୍ତଙ୍କ ପରେ ଖୁଆନ୍ତୁ ନାହିଁ। ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ବସାଇ ତାକୁ ଖୁଆଇବାକୁ ଚେଷ୍ଟା କରନ୍ତୁ।

-ପିଲା ଥରେ ଖାଇବାକୁ ମନା କଲେ ପ୍ଲେଟ୍ ଉଠାଇ ରଖିଦିଅନ୍ତୁ। ୨ ଘଣ୍ଟା ପରେ ଆଉ ଥରେ ପଚାରନ୍ତୁ। ସେତେବେଳକୁ ପିଲାର ଜିଦ୍ ଛାଡ଼ିଯାଇଥିବ।

-ଖାଇବା ନେଇ ପିଲାର ପଛେ ପଛେ ଦୌଡ଼ନ୍ତୁ ନାହିଁ। ଏହା ଧୀରେ ଧୀରେ ତାର ଅଭ୍ୟାସରେ ପଡ଼ିଯିବ। ସେ ଜିଦ୍ ବଶତଃ ଆଉ ଖାଇବ ନାହିଁ। ତେଣୁ ଯେତେ ରାଗୁଥିଲେ ମଧ୍ୟ ପିଲା ଆଗରେ ତାହା ପ୍ରଦର୍ଶନ କରନ୍ତୁ ନାହିଁ।

-କୌଣସି ନୂଆ ଜିନିଷ ଖାଇବାକୁ ଦେଉଥିଲେ ପ୍ରଥମ ଦୁଇ ତିନି ଦିନ ଅଳ୍ପ ଅଳ୍ପ କରି ଦିଅନ୍ତୁ।

-ପିଲାମାନେ ଦିନେ ଦିନେ ଭଲ ଭାବେ ଖାଇ ଦିଅନ୍ତି। କିନ୍ତୁ ପରଦିନ ସେହି ଖାଦ୍ୟ ଖାଇବାକୁ ମନା କରନ୍ତୁ। ଏହା ସାମାନ୍ୟ କଥା। ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ।

Comment