ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ସମସ୍ତ ସ୍ଥାନରୁ ସ୍ଵତନ୍ତ୍ର ପତାକା ହଟାଯାଇ ତ୍ରିରଙ୍ଗା ଲଗାଯାଇଛି। ଶ୍ରୀନଗର ସଚିବାଳୟ ଭବନରୁ କଶ୍ମୀରର ସ୍ୱତନ୍ତ୍ର ପତାକାକୁ ହଟାଯାଇ ତ୍ରିରଙ୍ଗା ଲଗାଯାଇଛି। ଏବେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଲଗାଯିବ।

ଗତ ସପ୍ତାହ ପର୍ଯ୍ୟନ୍ତ କଶ୍ମୀରର ସ୍ଵତନ୍ତ୍ର ପତାକା ଓ ଜାତୀୟ ପତାକା ଲଗାଯାଇଥିଲା। କିନ୍ତୁ ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ଭାରତୀୟ ସମ୍ବିଧାନ ଲାଗୁ କରାଯାଇଛି। ଏହାସହ ଜାତୀୟ ପତାକା ମଧ୍ୟ ଲଗାଯାଇଛି।

ଏଣିକି ଆଉ କୌଣସି ସ୍ଥାନରେ ଭିନ୍ନ ପତାକା ମଧ୍ୟ ଲାଗିଥିବା ଦେଖିବାକୁ ମିଳିବ।

ଅଗଷ୍ଟ ୫ ତାରିଖରେ ମୋଦି ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏଥିପାଇଁ ଧାରା ୧୪୪ ଲାଗୁ କରାଯାଇଥିଲା। ଏବେ କଶ୍ମୀରରେ ସ୍କୁଲ ଓ କଲେଜ୍ ଖୋଲିବା ସହ ସରକାରୀ କାର୍ଯ୍ୟାଳୟ ଚାଲୁ ରହିଛି।

Comment