ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଚିଦାମ୍ବରମଙ୍କୁ ବଡ଼ ଝଟକା- ଜାମିନ ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ପୂର୍ବତନ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି  ଚିଦାମ୍ବରମ ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରିଥିଲେ ତାକୁ ଖାରଜ କରିଛନ୍ତି କୋର୍ଟ।

ଏବେ ହେଲମେଟ୍ ନପିନ୍ଧିଲେ ଗଣିବେ ୧ହଜାର, ମୋବଇଲ ଧରି ଗାଡ଼ି ଚଳାଇଲେ ୫ହଜାର ଫାଇନ୍

ସାବଧାନ! ଜଗିଛି କମିଶନରେଟ ପୋଲିସ। ଏଣିକି ଟ୍ରାଫିକ୍‌ ନିୟକମ ଉଲ୍ଲଘଂନ କଲେ ଦେବାକୁ ହେବ ମୋଟା ଅଙ୍କର ଜରିମାନା। ହେଲମେଟ୍‌ ନ ପିନ୍ଧି ଧରାପଡ଼ିଲେ ହଜାରେ, ମଦ ପିଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଗଣିବାକୁ ହେବ। ସେପ୍ଟେମ୍ବର ୧ରୁ ଏହି ନିୟମ ଲାଗୁ ହେବାକୁ ଯାଉଛି।

ମନମୋହନ ସିଂଙ୍କ ନିକଟରୁ ହଟିଲା SPG ସୁରକ୍ଷା – ଜାଣନ୍ତୁ SPG, Z+ ସୁରକ୍ଷା କ’ଣ?

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସୁରକ୍ଷାରେ ମୁତୟନ ଥିବା ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ବା (ଏସପିଜି) ହଟାଇ ଦିଆଯାଇଛି। ମନମୋହନ ସିଂହଙ୍କୁ ଏବେ ଜେଡ୍ ପ୍ଲସ ସୁରକ୍ଷା ଦିଆଯିବ। ମନମୋହନଙ୍କ ଜୀବନ ପ୍ରତି କେତେ ବିପଦ ଅଛି? ଏହାର ଆକଳନ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି।

ପୂର୍ବତନ ଶାସନ ସଚିବ ଲଲାଟ ଇନ୍ଦୁ ପରିଜାଙ୍କ ପରଲୋକ

ପୂର୍ବତନ ଶାସନ ସଚିବ ଲଲାଟ ଇନ୍ଦୁ ପରିଜାଙ୍କ ପରଲୋକ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା।

ଶ୍ରୀନଗର ସଚିବାଳୟ ଭବନରୁ ହଟିଲା ସ୍ୱତନ୍ତ୍ର ପତାକା, ଉଡ଼ିଲା ତ୍ରିରଙ୍ଗା

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ସମସ୍ତ ସ୍ଥାନରୁ ସ୍ଵତନ୍ତ୍ର ପତାକା ହଟାଯାଇ ତ୍ରିରଙ୍ଗା ଲଗାଯାଇଛି। ଶ୍ରୀନଗର ସଚିବାଳୟ ଭବନରୁ କଶ୍ମୀରର ସ୍ୱତନ୍ତ୍ର ପତାକାକୁ ହଟାଯାଇ ତ୍ରିରଙ୍ଗା ଲଗାଯାଇଛି। ଏବେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଲଗାଯିବ।

କଶ୍ମୀରରେ ଏବେବି ସ୍ୱାଭାବିକ ହୋଇନି ସ୍ଥିତି: ସରକାର କହୁଛନ୍ତି ସବୁ ଠିକ୍‌ ଅଛି

ଧାରା ୩୭୦ ଉଚ୍ଛେଦ ଘଟଣାକୁ ୩ ସପ୍ତାହ ବିତି ଯାଇଥିଲେ ମଧ୍ୟ ଏବେବି ଜମ୍ମୁ କଶ୍ମୀରରେ ସ୍ଥିତି ସ୍ୱାଭାବିକ ହୋଇନାହିଁ। ଏବେ ବି ଲୋକେ ସ୍ୱଚ୍ଛନ୍ଦରେ ଘରୁ ବାହାରି ପାରୁନାହାନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯୋଗାଯୋଗରେ ବି ଅନେକ ସମସ୍ୟା ରହିଛି।

ଭାରତ-ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ – ୩୧୮ ରନ୍‌ରେ ଜିତିଲା ଭାରତ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଓ୍ଵେଷ୍ଟଇଣ୍ଡିଜକୁ ୩୧୮ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି ଭାରତ। ଏହାସହ ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ।

LEAVE A REPLY

Please enter your comment!
Please enter your name here