ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ଵ ନେଲେ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର। ଗୁଜୁରାଟ୍‌ କ୍ୟାଡର ଆଇଏଏସ୍‌ ଅଫିସର୍‌ ପ୍ରମୋଦ କୁମାର ମିଶ୍ର ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି।

ଶ୍ରୀନଅରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜ ଅଭିଷେକ  

ପୁରୀ ଗଜପତିଙ୍କ ଶ୍ରୀନଅରରେ ମଙ୍ଗଳବାର ସୁନିଆ ପର୍ବ ଅନୁଷ୍ଠିତ ହୋଇଥିଲା। ଗଜପତିଙ୍କ ଶାସନର ସ୍ୱାତନ୍ତ୍ର୍ୟତା ଦୃଷ୍ଟିରୁ ଏହି ଦିନକୁ ଶାସନର ନୂତନ ଅଙ୍କ ବା ନୂତନ ବର୍ଷ ଭାବେ ଘୋଷଣା କରାଯାଇଛି। ଏହି ଅବସରରେ ଗଜପତି ଦିବ୍ୟସିଂହ ଦେବ ପାରମ୍ପରିକ ବେଶ ପୋଷାକରେ ସିଂହାସନ ଆରୋହଣ କରିଥିଲେ।

ଚୀନ ସୀମାରେ ଯୁଦ୍ଧାଭ୍ୟାସ କରିବ ଭାରତୀୟ ସେନା

ଅକ୍ଟୋବର ମାସରେ ଚୀନ ବର୍ଡ଼ରରେ ଯୁଦ୍ଧ ଅଭ୍ୟାସ କରିବେ ଭାରତୀୟ ସ୍ଥଳ ସେନା ଓ ବାୟୁସେନା। ଏହି ଅଭ୍ୟାସରେ ଭାରତୀୟ ସେନାର ମାଉଣ୍ଟେନ ଷ୍ଟ୍ରାଇକ କୋରର ୫ ହଜାରରୁ ଅଧିକ ଯବାନ ସାମିଲ ହେବେ।

୫ ଦିନ ହେଲା ପାଣିଘେରରେ ଖୋର୍ଦ୍ଧା, ବଢ଼ୁଛି ସମସ୍ୟା

ଦୟା ନଦୀ ଶାଖା ରାଜୁଆ ନଦୀର ବନ୍ୟା ପାଣିରେ ୫ ଦିନ ହେବ ଉବୁଟୁବୁ ହେଉଛି ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଅଞ୍ଚଳ। ଗାଁ ଦାଣ୍ଡରେ ଲହରୀ ଭାଙ୍ଗୁଛି ବନ୍ୟାଜଳ। ଫଳରେ ଶତାଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

କଟକରେ ଏନକାଉଣ୍ଟର – ଗ୍ୟାଙ୍ଗଷ୍ଟାର ଟିଟୋ ସହଯୋଗୀ ଆହତ

କଟକ ସିଡିଏ ସେକ୍ଟର ୧୩ରେ ପୋଲିସ୍‌ ଏନକାଉଣ୍ଟର କରିଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ବୁଦ୍ଧିଆ ଦାସ ଆହତ ହୋଇଛି। ଗୁରୁତର ଅବସ୍ଥାରେ ବୁଦ୍ଧିଆକୁ ଏସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

୧୪ ଯାଏଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା

୧୪ ଯାଏଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଥିବାରୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସୀତାରମଣ କହିଲେ – ଓଲା, ଉବର ପାଇଁ କାର ବେପାର ମାନ୍ଦା

ଦେଶରେ ଚାରି ଚକିଆ ଯାନ ବିକ୍ରି କ୍ଷେତ୍ରରେ ଯେଉଁ ମାନ୍ଦାବସ୍ଥା ଦେଖାଯାଇଛି ତାର କାରଣ ଓଲା ଏବଂ ଉବର ଭଳି କାର ଏଗ୍ରିଗେଟରଙ୍କ ପ୍ରଭାବ। ତାଛଡ଼ା ବିଏସ -୬ ନିୟମ ମଧ୍ୟ କାର ବ୍ୟବସାୟ ମାନ୍ଦା ପଡ଼ିବା ପାଇଁ ଦାୟୀ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ବୁଡ଼ିଗଲା ନିବେଶକାରୀଙ୍କ ୧୪ ଲକ୍ଷ କୋଟି ଟଙ୍କା!

ମୋଦି ସରକାରଙ୍କର ଦ୍ୱିତୀୟ ପାଳିକୁ ପୂରଣ ହୋଇଛି ୧୦୦ ଦିନ। ସରକାର ତାଙ୍କର ୧୦୦ ଦିନର ସଫଳତା ବଖାଣୁଥିବା ବେଳେ ଏପଟେ ଦେଶ ଆର୍ଥିକ ମାନ୍ଦାବସ୍ଥାରେ ପଡ଼ି ତଳିତଳାନ୍ତ ହେବାକୁ ବସିଲାଣି। ସରକାରଙ୍କ ଦୁର୍ବଳ ଆର୍ଥିକ ବ୍ୟବସ୍ଥା ପାଇଁ ଦେଶର ପୁଞ୍ଜିବଜାର ବହୁଳ ଭାବେ କ୍ଷତିଗ୍ରସ୍ତ ହେବାରେ ଲାଗିଛି।

Comment