ଓଡ଼ିଶାଲାଇଭ ବ୍ୟୁରୋ

ଅକ୍ଟୋବର ମାସରେ ଚୀନ ବର୍ଡ଼ରରେ ଯୁଦ୍ଧ ଅଭ୍ୟାସ କରିବେ ଭାରତୀୟ ସ୍ଥଳ ସେନା ଓ ବାୟୁସେନା। ଏହି ଅଭ୍ୟାସରେ ଭାରତୀୟ ସେନାର ମାଉଣ୍ଟେନ ଷ୍ଟ୍ରାଇକ କୋରର ୫ ହଜାରରୁ ଅଧିକ ଯବାନ ସାମିଲ ହେବେ।

ଚୀନ ସୀମାରେ ଏହା ଭାରତର ପ୍ରଥମ ଯୁଦ୍ଧ ଅଭ୍ୟାସ ହେବ। ଗତ ୫ ମାସ ହେବ ଏଥିପାଇଁ ପ୍ରସ୍ତୁତି ଜାରି ରହିଛି।

ଏହି ଯୁଦ୍ଧ ଅଭ୍ୟାସରେ ବାୟୁସେନା ନିଜର ହାଇଟେକ୍‌ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ସି ୧୭, ସି ୧୩୦ ସୁପର ହରକ୍ୟୁଲେସ୍‌ ଏବଂ ଏଏନ୍‌ ୩୨ର ବ୍ୟବହାର କରିବ। ଏହି ଅଭ୍ୟାସକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସ୍ଥଳସେନା ମୁଖ୍ୟ ଜେନରାଲ ବିପିନ ରାଓ୍ୱତଙ୍କ ନେତୃତ୍ୱରେ ଇଣ୍ଟଗ୍ରେଟେଡ ବ୍ୟାଟେଲ ଗ୍ରୁଫ୍ସ ଗଠନ କରାଯିବ।

Comment