ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାୟୁସେନା ଗୁରୁବାର ନିଜର ୮୮ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ଦେଶକୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆକର୍ଷଣର କେନ୍ଦ୍ର ଥିଲା ରାଫେଲ ବିମାନ। ଏହା ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ଶକ୍ତି ଦେଖାଇଥିଲା ​।

ଫ୍ରାନ୍ସରୁ ଆସିଥିବା ପାଞ୍ଚଟି ରାଫେଲ ଯୁଦ୍ଧ ବିମାନ ମଧ୍ୟରୁ ଦୁଇଟି ଆଜିର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ପରାକ୍ରମ ଦେଖାଇଥିଲା। ରାଫେଲ ସହିତ ଜାଗୁଆର ଯୁଦ୍ଧ ବିମାନ ମଧ୍ୟ ଆଜି ହିଣ୍ଡନ ଏୟାରବେସ ଆକାଶରେ ଶକ୍ତି ପ୍ରଦର୍ଶନ କରିଥିଲା।

ଏହି ବିମାନ ବ୍ୟତୀତ ସୁଖୋଇ, ମିଗ, ଗ୍ଲୋବେମାଷ୍ଟର, ଆପାଚେ, ଚିନୁକ ହେଲିକପ୍ଟର ମଧ୍ୟ ଆକାଶରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲା। ଅନ୍ୟ ବିମାନ ଏବଂ ହେଲିକପ୍ଟର ସମେତ ସମୁଦାୟ ୫୬ ବିମାନ ଆଜି ଉଡ଼ାଣ ଭରିଥିଲା।

ଅନ୍ୟପଟେ ଦେଶର ସୁରକ୍ଷା ପାଇଁ ବାୟୁସେନା ସବୁବେଳେ ସଜାଗ ବୋଲି ଦେଶବାସୀଙ୍କୁ କହିଥିଲେ ବାୟୁସେନା ମୁଖ୍ୟ। ସୀମା ଉପରେ ଏକ ତୀକ୍ଷ୍‌ଣ ନଜର ରଖି ବାୟୁସେନା ନିଜକୁ ପ୍ରସ୍ତୁତ ରଖିଛି ବୋଲି ସେ କହିଥିଲେ।

Comment