ଓଡ଼ିଶାଲାଇଭ୍‌ ବ୍ୟୁରୋ

୩୬ଟି ରାଫେଲ ବିମାନ ଆସିବ। ଏଥିପାଇଁ ଚୁକ୍ତି ହୋଇଛି। କିନ୍ତୁ ସେଗୁଡ଼ିକ ମଧ୍ୟରୁ ମାତ୍ର ୫ଟି ବିମାନ ଭାରତରେ ପହଞ୍ଚିସାରିଥିବା ବେଳେ,  ଆସନ୍ତା କେଇ ସପ୍ତାହ ମଧ୍ୟରେ ୩ରୁ ୪ଟି ରାଫେଲ ବିମାନ ଭାରତରେ ପହଞ୍ଚିବ। ତେବେ ଏହାର କାମ ତ୍ୱରାନ୍ୱିତ କରିବା ପାଇଁ ଭାରତ ସରକାର ଚାପ ପକାଉଛନ୍ତି। ଏଥିପାଇଁ ଭାରତୀୟ ବାୟୁସେନାର ଏକ ଟିମ୍ ଫ୍ରାନ୍ସରେ ପହଞ୍ଚିଛନ୍ତି। ୨ ଜଣ ଅତି ବରିଷ୍ଠ ଅଧିକାରୀ ଏହି ଟିମର ନେତୃତ୍ୱ ନେଉଛନ୍ତି। ବାୟୁସେନା ଅଧିକାରୀଙ୍କ ସୂଚନା ଅନୁସାରେ ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ଆସନ୍ତା କେଇ ସପ୍ତାହ ମଧ୍ୟରେ ପହଞ୍ଚିବ।

ପ୍ରତି ୨ ମାସରେ ୩ରୁ ୪ଟି ରାଫେଲ ବିମାନ ଭାରତକୁ ହସ୍ତାନ୍ତର କରିବାକୁ ଯୋଜନା ରଖିଛନ୍ତି ନିର୍ମାଣକାରୀ ସଂସ୍ଥା। ଏହି କାମ କେତେ ଜୋରସୋରରେ ଚାଲିଛି ତାର ସମୀକ୍ଷା କରିବାକୁ ଟିମ୍ ଯାଇଥିବା ସୂଚନା ମିଳିଛି। ସେହିପରି ଏସବୁ ବିମାନଗୁଡ଼ିକ ପର୍ଯ୍ୟାୟ କ୍ରମେ ଭାରତୀୟ ବାୟୁସେନାରେ ସାମିଲ ହେବେ। ସୀମାନ୍ତରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭାରତ ସରକାର ତୁରନ୍ତ ପରବର୍ତ୍ତୀ ପର୍ଯ୍ୟାୟର ବିମାନଗୁଡ଼଼ିକୁ ଚାହୁଁଛନ୍ତି। ୨୩ ବର୍ଷ ପରେ ପ୍ରଥମ ଥର ପାଇଁ କୌଣସି ଯୁଦ୍ଧ ବିମାନ ଆମଦାନୀ ହୋଇଛି ୨୩ ବର୍ଷ ତଳେ ୧୯୯୭ରେ ରୁଷରୁ ସୁଖୋଇ-୩୦ ଯୁଦ୍ଧ ବିମାନ ଆମଦାନୀ କରାଯାଇଥିଲା। ଏହା ପରେ ବାୟୁସୀମାରେ ଭାରତର ଶକ୍ତି ବୃଦ୍ଧି ପାଇଥିଲା।

ଭାରତୀୟ ବାୟୁସେନା ପକ୍ଷରୁ ଏବେ ରାଫେଲକୁ ଚୀନ ସୀମାନ୍ତରେ ମୁତୟନ ରଖାଯାଇଛି। ଚୀନ ପଟୁ ଉତ୍ତେଜନାମୂଳକ ପରିସ୍ଥିତି ଆଶଙ୍କା ଥିବାରୁ ତା ଉପରେ ସତର୍କ ନଜର ରଖିଛି। ସେପ୍ଟେମ୍ବର ୨୦୧୬ରେ ୩୬ଟି ରାଫେଲ ଫାଇଟର ଜେଟ୍ ପାଇଁ ଭାରତ ଓ ଫ୍ରାନ୍ସ ମଧ୍ୟରେ ଚୁକ୍ତି ହୋଇଥିଲା।

LEAVE A REPLY

Please enter your comment!
Please enter your name here