ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଗଜପତିଙ୍କ ଶ୍ରୀନଅରରେ ମଙ୍ଗଳବାର ସୁନିଆ ପର୍ବ ଅନୁଷ୍ଠିତ ହୋଇଥିଲା। ଗଜପତିଙ୍କ ଶାସନର ସ୍ୱାତନ୍ତ୍ର୍ୟତା ଦୃଷ୍ଟିରୁ ଏହି ଦିନକୁ ଶାସନର ନୂତନ ଅଙ୍କ ବା ନୂତନ ବର୍ଷ ଭାବେ ଘୋଷଣା କରାଯାଇଛି। ଏହି ଅବସରରେ ଗଜପତି ଦିବ୍ୟସିଂହ ଦେବ ପାରମ୍ପରିକ ବେଶ ପୋଷାକରେ ସିଂହାସନ ଆରୋହଣ କରିଥିଲେ।

ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଉଦ୍ଦେଶ୍ୟରେ ପଇତା ‌ଲାଗି ହେବା ପରେ ରାଜଗୁରୁମାନେ ରାଜାଙ୍କୁ ବନ୍ଦାପନା କରିଥିଲେ। ଗଜପତିଙ୍କ ରାଜ ଅଭିଷେକ ସମ୍ପନ୍ନ ହୋଇଥିଲା।

ଏହାସହ ନୂତନ ବର୍ଷ ଘୋଷଣା କରାଯାଇଥିଲା। ପଣ୍ଡିତ, ବ୍ରାହ୍ମଣ ଓ ରାଜ ପରିବାର ସଦସ୍ୟମାନେ ଗଜପତି ମହାରାଜାଙ୍କୁ ସୁନିଆ ଭେଟି ପ୍ରଦାନ କରିଥିଲେ।

Comment