ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିରର ୪ ଦ୍ଵାର ଖୋଲିବା, ରତ୍ନଭଣ୍ଡାର ମରାମତି ଏବଂ ଶ୍ରୀଜଗନ୍ନାଥଙ୍କ ଜମି ହସ୍ତାନ୍ତର ଆଦି ଦାବି ନେଇ ସୋମବାର ଦିନ ପୁରୀରେ କଂଗ୍ରେସର ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି। ଆସନ୍ତା ୨୮ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ଵରେ ସୋମବାର ଦିନ ପୁରୀଠାରେ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା। ଶରଧା ବାଲିରୁ ଏକ ବିଶାଳ ରାଲି ବାହାରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ପିସିସି ସଭାପତିଙ୍କ ସହ, ବିଧାୟକ ତାରା ପ୍ରସାଦ ବାହିନୀପତି, ପୁରୀ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଦଳୀୟ କର୍ମୀ ଏକାଠି ହୋଇ ଶ୍ରୀମନ୍ଦିରର ଚାରି ଦ୍ଵାରା ଖୋଲିବାକୁ ଦାବି କରିଥିଲେ। ଏହା ସହ ରତ୍ନଭଣ୍ଡାରରେ ଥିବା ରତ୍ନର ଗଣତି ଏବଂ ଭଣ୍ଡାର ମରାମତି, ପୁରୀ ଓ ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥଙ୍କ ଜମିର ସ୍ଥାୟୀ ସମାଧାନ ଭଳି ବିଭିନ୍ନ ପ୍ରସଙ୍ଗରେ ଏହି ସମାବେଶ କରାଯାଇଛି।

କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବାକୁ ଦାବି ହୋଇଛି। ଆସନ୍ତା ୨୮ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Tags: #Politics #OdishaPolitics #Rally #congressrallyinpuri #odisha

LEAVE A REPLY

Please enter your comment!
Please enter your name here