ଓଡ଼ିଶାଲାଇଭ୍ ବ୍ୟୁରୋ

ଆଶ୍ୱିନ କୃଷ୍ଣପକ୍ଷ ଷଷ୍ଠୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ବଡ଼ ଠାକୁରଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।

ଗୁରୁବାର ଆଶ୍ୱିନ କୃଷ୍ଣପକ୍ଷ ଷଷ୍ଠୀ ତିଥିରେ ଅନୁଷ୍ଠିତ ହେବ ପୁରୀ ଶ୍ରୀମନ୍ଦିରରେ ବଡ଼ ଠାକୁରଙ୍କ ବନକଲାଗି ନୀତି। ଏହି କାରଣରୁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ।

ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବାୟତମାନେ ବନକଲାଗି ନୀତି ଆରମ୍ଭ କରିବେ। ଏଥିପାଇଁ ଅପରାହ୍ନ  ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ନୀଳାଦ୍ରି ବିଜେ ପରେ ବନକଲାଗିକୁ ନେଇ ବିବାଦ ଦେଖାଦେଇଥିଲା। ବୁଧବାର ବନକଲାଗି ହେବ କି ଗୁରୁବାର, ଏହାକୁ ନେଇ ଅଡ଼ୁଆ ନ ତୁଟିବାରୁ ରଥଯାତ୍ର ପରେ ପ୍ରାୟ ଦେଢ଼ ମାସ ମହାପ୍ରଭୁଙ୍କ ବନକଲାଗି ଅଟକି ରହିଥିଲା। ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି କରିବାକୁ ଜିଦ୍‌ ଧରିଥିଲା।

ଅନ୍ୟପଟେ ଦତ୍ତ ମହାପାତ୍ର ସେବକ ଗୁରୁବାର ବନକଲାଗି କରିବାକୁ ଜିଦ୍‌ ଧରିଥିଲେ। ଏହି ବାଦବିବାଦ ଭିତରେ ପ୍ରାୟ ଦେଢ଼ ମାସ ବନକଲାଗି ଅଟକି ରହିବା ପରେ ଶେଷରେ ଅଗଷ୍ଟ ୨୮ରେ ହିଁ ବନକଲାଗି ହୋଇଥିଲା। କିନ୍ତୁ ସେପ୍ଟେମ୍ବର ମାସରେ ଆଦୌ ବନକଲାଗି ହୋଇନଥିଲା।

Tags: #SriJagannathTemple #SriMandiraAdministration #LordJagannath #Rituals #Odisha

LEAVE A REPLY

Please enter your comment!
Please enter your name here