ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସହଜ ହେବ ପୁରୀ ସ୍ଵର୍ଗଦ୍ଵରରେ ଦାହ ସଂସ୍କାର କାର୍ଯ୍ୟ। ଶବଦାହ ପାଇଁ ଅନଲାଇନ ମାଧ୍ୟମରେ କରିହେବ ରେଜିଷ୍ଟ୍ରେସନ। ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ସ୍ୱର୍ଗଦ୍ୱାର ମୋବାଇଲ ଆପ୍‌କୁ ଲୋକାର୍ପଣ କରିଛନ୍ତି ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ।

ପୁରୀ ସ୍ୱର୍ଗଦ୍ୱାରକୁ ଆସୁଥିବା ଶବ ସଂଖ୍ୟା ବଢ଼ୁଛି। ସ୍ୱର୍ଗଦ୍ୱାରରେ ଦାହସଂସ୍କାର ପାଇଁ ରେଜିଷ୍ଟ୍ରେସନ କରିବାରେ ଏହି ‘ସ୍ୱର୍ଗଦ୍ୱାର ମୋବାଇଲ ଆପ୍‌’ ସହାୟକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

ସ୍ୱର୍ଗଦ୍ୱାର ମୋବାଇଲ ଆପ୍‌ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଉପଲବ୍ଧ ହେବ। ଏଥିରୁ ସ୍ୱର୍ଗଦ୍ୱାର ସମ୍ପର୍କୀତ ସମସ୍ତ ତଥ୍ୟ ଜାଣିହେବ।

ସ୍ୱର୍ଗଦ୍ୱାର ମୋବାଇଲ ଆପ୍ ଲୋକାର୍ପଣ ଅବସରରେ ଏସବିଆଇ ପୁରୀ ମୁଖ୍ୟ ଶାଖା ପକ୍ଷରୁ ସ୍ଵର୍ଗଦ୍ଵାର ସେବା ସମିତିକୁ ଏକ ହାଇଡ୍ରୋଲିକ ଟ୍ରାକ୍ଟର ଡାଲା ପ୍ରଦାନ କରାଯାଇଛି।

ସ୍ୱର୍ଗଦ୍ୱାର ମୋବାଇଲ ଆପ୍ ଲୋକାର୍ପଣ ଅବସରରେ ସ୍ୱର୍ଗଦ୍ୱାର ସେବା ସମିତି ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Tags: #PuriSwargadwar #SwargadwarMobileAppLaunched #Odisha #Puri

LEAVE A REPLY

Please enter your comment!
Please enter your name here